ବିଜେଡି ମୁଖ୍ୟାଳୟରେ ଜୀବନବିନ୍ଦୁ

ଭୁବନେଶ୍ୱର,ଏନ୍ଏନ୍ଏସ୍: ବିଜୁ ଛାତ୍ର ଓ ଯୁବ ଜନତା ଦଳ ପକ୍ଷରୁ ଆଜି ଭୁବନେଶ୍ୱର ବିଜେଡି ମୁଖ୍ୟାଳୟରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଆୟୋଜନ କରାଯାଇଛି। ବିଜେଡିର ଏହି ନିଆରା ପଦକ୍ଷେପରେ ଅନେକ ଦଳୀୟ ସମର୍ଥନ ସାମିଲ ହୋଇଥିଲେ। କରୋନା ମହାମାରୀ ସମୟରେ ରକ୍ତର ଅଭାବ ନହେଉ, ସେଥିପାଇଁ ବ୍ୟାପକ ଭାବେ ରକ୍ତଦାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି। ରକ୍ତର ଅଭାବ ଯୋଗୁଁ ଯେପରି କାହାର ମୃତ୍ୟୁ ନହୁଏ, ସେ ଦିଗରେ କାମ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ କୋଭିଡ଼ ନିୟମ ପାଳନ କରିବା ସହ ସାମାଜିକ ଦୂରତା ରକ୍ଷା କରାଯାଇଛି। ସବୁ ନିୟମ ସହ ରକ୍ତଦାନ ଶିବିର ଚାଲିଛି। ଏହି ଅବସରରେ ବିଜେଡି ସଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ମୁଖ୍ୟାଳୟ ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା ଓ ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ତଦାରଖ କରିଥିଲେ।