ପାଟଣା, ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା କାଶୀପୁର ଗ୍ରାମରେ ଟ୍ରାକ୍ଟର ଓଲଟି ଡ୍ରାଇଭରର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତ ଡ୍ରାଇଭର ହେଲେ କାଶୀପୁର ଗାଁ ର ଧନେଶ୍ୱର ନାଏକ। ଆଜି ବିଲରେ ହଳ କରୁଥିବା ସମୟରେ ଏକ ଜାଗାରେ ଟ୍ରାକ୍ଟର ଟି ଫସି ଯାଇଥିଲା। ଟ୍ରାକ୍ଟରକୁ ବାହାର କରିବା ସମୟରେ ଓଲଟି ପଡିଥିଲା। ଫଳରେ ଟ୍ରାକ୍ଟର ତଳେ ଚାପି ହୋଇ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ପାଟଣା ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହକୁ ଉଦ୍ଧାର କରି ପାଟଣା ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।