ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ବାପ ଓ ଝିଅ ମୃତ

ବାଲିଗୁଡ଼ା,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଜକିକିଆ ନିକଟ ୫୯ନଂ. ଜାତୀୟ ରାଜପଥରେ ସୋମବାର ଅପରାହ୍ଣରେ ଦୁଇ ବାଇକର ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାପ- ଝିଅଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ବାଇକ ଚାଳକ ଗୁରୁତର ହୋଇ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳରେ ଭର୍ତ୍ତି ହୋଇଛନ୍ତି। ପ୍ରକାଶ ଯେ, ପାରିଗଡ଼ରୁ ସାରଙ୍ଗଡ଼ ପଞ୍ଚାୟତ ସଲାଗୁଡ଼ା ଗ୍ରାମକୁ ଏକ ବାଇକରେ ବିପ୍ରବର ସାହୁ ଓ ତାଙ୍କ ଝିଅ ବାସନ୍ତୀ ସାହୁ ଯାଉଥିଲେ। ଅପରପକ୍ଷରୁ ଆଉ ଏକ ବାଇକ ସହ ମୁହାଁମୁହିଁ ଧକ୍କାହୋଇଥିଲା। ଦୁଇ ବାଇକ୍ ଦୃତ ଗତିରେ ଥିବାରୁ ଏପରି ଦୁର୍ଘଟଣା ଘଟିଥିବା ବାଲିଗୁଡ଼ା ପୁଲିସ ପ୍ରାଥମିକ ତଦନ୍ତରୁ ପ୍ରକାଶ କରିଛି।