ରାମନାଗୁଡ଼ା/ଗୁଣୁପୁର,ଏନ୍ଏନ୍ଏସ୍: କରୋନା ସଂକ୍ରମଣକୁ ଦୁଷ୍ଟିରେ ରଖି ୭ତାରିଖରୁ ୧୦ତାରିଖ ପର୍ଯ୍ୟନ୍ତ ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ବ୍ଲକ ପାରିଖିତି ପଞ୍ଚାୟତକୁ ସଟଡାଉନ ଘୋଷଣା କରାଯାଇଛି। ପାରିଖିତି ସରପଞ୍ଚ ଗାୟତ୍ରୀ ମାଣ୍ଡାଙ୍ଗି ଜିଲ୍ଲାପାଳ କ୍ଷମତା ପ୍ରୟୋଗକରି ୬ତାରିଖ ମଧ୍ୟରାତ୍ରୀରୁ ସଟଡାଉନ ଘୋଷଣା କରିଛନ୍ତି। ସଟଡାଉନ ସମୟରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶନାମା କାର୍ଯ୍ୟକାରୀ ହେବା ସହ ଅତ୍ୟାବଶ୍ୟକ ସେବା ଗୁରୁତ୍ୱ ଦିଆଯାଇଛି। ସେହିପରି ଏହି ସମୟରେ ଲୋକଙ୍କୁ ଘରୁ ନବାହାରିବାକୁ ଅନୁରୋଧ କରାଯାଇଛି। ଆସନ୍ତା୧୧ ଓ ୧୨ତାରିଖ ଶନି ଓ ରବିବାର ରହୁଥିବାରୁ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ସଟଡାଉନ ଜାରି ରହିବ।