କରୋନା ଆକ୍ରାନ୍ତରେ ବିଶ୍ୱର ତୃତୀୟ ସର୍ବାଧିକ ପ୍ରଭାବିତ ଦେଶ ଭାରତ

ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ ବେକାବୁ ହେଉଛି କରୋନା ମହାମାରୀ। ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଆକ୍ରାନ୍ତ ସଂଖ୍ୟାରେ ଭାରତ ଏବେ ସାରା ବିଶ୍ୱରେ ତୃତୀୟ ସ୍ଥାନରେ ରହିଛି।

ଦେଶରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୯୭ ହଜାରକୁ ଟପିଛି। ସେହିପରି ମୃତ୍ୟୁ ସଂଖ୍ୟା ୧୯ ହଜାର ୭୦୦ ରହିଛି।ଦେଶରେ ସର୍ବାଧିକ କରୋନା ଆକ୍ରାନ୍ତ ମହାରାଷ୍ଟ୍ରରେ ରହିଛି। ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ଥିବା ବେଳେ ତାମିଲନାଡ଼ୁରେ ୧ ଲକ୍ଷ ୧୧ ହଜାର ଓ ରାଜଧାନୀ ଦିଲ୍ଲୀରେ ପାଖାପାଖି ୧ ଲକ୍ଷ ଆକ୍ରାନ୍ତ ରହିଛନ୍ତି।

ଆକ୍ରାନ୍ତଙ୍କ ମାମଲାରେ ରୁଷିଆକୁ ପଛରେ ପକାଇଛି ଭାରତ। ସେହିପରି ଆମେରିକାରେ ନୂଆ ୪୩ ହଜାର କେସ ସହ ଆକ୍ରାନ୍ତଙ୍କ ସଂଖ୍ୟା ୨୯ ଲକ୍ଷ ୮୧ ହଜାରକୁ ପାର କରିଛି। ବ୍ରାଜିଲରେ ମଧ୍ୟ ରବିବାର ନୂଆ ୨୬ ହଜାର ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗୋଟିଏ ଦିନରେ ବ୍ରାଜିଲରେ ୫୩୫, ମେକ୍ସିକୋରେ ୫୨୩ ଓ ଆମେରିକାରେ ୨୪୭ ଜୀବନ ନେଇଛି କରୋନା ।