କଶ୍ମୀର ଉପତ୍ୟକାକୁ ରେଡଜୋନ ଘୋଷଣା

ଶ୍ରୀନଗର,ଏଜେନ୍ସି: କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ କଶ୍ମୀରର ମୁଖ୍ୟ ଶାସନ ସଚିବ ତଥା କେନ୍ଦ୍ରଶାସିତ ଅଞ୍ଚଳ କାର୍ଯ୍ୟକାରୀ ସମିତି ଅଧ୍ୟକ୍ଷ (ଏସଇସି) ବିଭିଆର୍ ସୁବ୍ରମଣ୍ୟମ କରୋନା ସ୍ଥିତିକୁ ଅନୁଧ୍ୟାନ କରିବା ସହ ବିଭିନ୍ନ ଜିଲ୍ଲାକୁ ବର୍ଗୀକରଣ କରି ତାଲିକା ପ୍ରକାଶ କରିଛନ୍ତି। ଏହି ତାଲିକାରେ ବାନ୍ଦିପୋରା ଜିଲ୍ଲାକୁ ଛାଡ଼ି ସମ୍ପୂର୍ଣ୍ଣ କଶ୍ମୀର ଉପତ୍ୟକାକୁ ରେଡଜୋନ ଘୋଷଣା କରାଯାଇଛି। କରୋନା ସହାମାରୀ ସମ୍ବନ୍ଧୀୟ ସ୍ଥିତି ଅନୁଧ୍ୟାନ କରିବା ପରେ କେନ୍ଦ୍ରଶାସିତ ଅଞ୍ଚଳ କାର୍ଯ୍ୟକାରିଣୀ ସମିତି ପକ୍ଷରୁ କଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳର ବିଭିନ୍ନ ଜିଲ୍ଲାକୁ ଲାଲ୍, ନାରଙ୍ଗି ଏବଂ ସବୁଜ ରଙ୍ଗରେ ଚିହ୍ନଟ କରିଛନ୍ତି।

ରିପୋର୍ଟ ଅନୁସାରେ କଶ୍ମୀର ଉପତ୍ୟକାର ବାନ୍ଦିପୋରା ବାଦ୍ ଅନ୍ୟ ସମସ୍ତ ଜିଲ୍ଲାକୁ ରେଡଜୋନରେ ରଖାଯାଇଛି। ବିଶେଷ ଭାବରେ ଦେଶର ବିଭିନ୍ନ ସ୍ଥାନରେ ଫସି ରହିଥିବା ଲୋକ ଜମ୍ମୁ କଶ୍ମୀରକୁ ଫେରୁଛନ୍ତି। ଫଳରେ ସେଠାରେ କରୋନା ପଜିଟିଭ୍ ସଂଖ୍ୟା ବୃଦ୍ଧିପାଉଛି। ତେବେ କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଚେଷ୍ଟା କରାଯାଉଥିବା ନେଇ ମୁଖ୍ୟ ଶାସନ ସଚିବଙ୍କ ପକ୍ଷରୁ ସୂଚନା ଦିଆଯାଇଛି।