ଅଗ୍ନିଶମ ବିଭାଗ କର୍ମଚାରୀ କରୋନ ପଜିଟିଭ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକରୁ ଜଣେ ଅଗ୍ନିଶମ ବିଭାଗର ୨୪ ବର୍ଷୀୟ ଫାୟାର ମ୍ୟାନ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ନିକଟରେ ସେ ପଶ୍ଚିମବଙ୍ଗରୁ ଅମ୍ଫାନ ଡ୍ୟୁଟି ସାରି ହୋମ କ୍ୱାରେଣ୍ଟାଇନରେ ଥିଲେ। ଏନେଇ ଉକ୍ତ ଫାୟାର ଷ୍ଟେସନର ୧୨ ଜଣ କର୍ମଚାରୀଙ୍କର ମଧ୍ୟ ସ୍ୱାବ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି। ସେହିଭଳି ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ସ୍ଥିତ କ୍ୱାରେଣ୍ଟାଇନ ସେଣ୍ଟରରେ ରହୁଥିବା ଅନ୍ୟ ଜଣେ ୨୧ ବର୍ଷ ଯୁବକଙ୍କ କରୋନା ରିପୋର୍ଟ ପଜିଟିଭ ଥିବା ନେଇ ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି। ସେ ତାମିଲନାଡୁରୁ ଆସିଥିଲେ।

ଏଥିସହ ବର୍ତ୍ତମାନ ସୁଦ୍ଧା ପାଟଣା ବ୍ଲକରେ ସଂକ୍ରମିତଙ୍କ ସଂଖ୍ୟା ୧୧ରେ ପହଞ୍ଚିଥିବା ବେଳେ ସାହାରପଡ଼ା ବ୍ଲକରେ ସଂକ୍ରମିତଙ୍କ ସଂଖ୍ୟା ୧୦ରେ ପହଞ୍ଚିଛି।