ବରଗଡ଼ ଜିଲ୍ଲା ଅବକାରୀ ନିରୀକ୍ଷକ ଗିରଫ

ବରଗଡ଼,ଏନ୍ଏନ୍ଏସ୍: ଆୟ ବହିର୍ଭୂତ ସମ୍ପତ୍ତିଠୁଳ ମାମଲାରେ ବରଗଡ଼ ଜିଲ୍ଲା ଅବକାରୀ ଅଧିକ୍ଷକ ମକରଧ୍ୱଜ ବାର୍ଗେଙ୍କୁ ଆଜି ସମ୍ବଲପୁର ଭିଜିଲାନ୍ସ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଗତକାଲି ଠାରୁ ଭିଜିଲାନ୍ସ ବିଭାଗ ଅଧିକାରୀମାନେ ତାଙ୍କର ବିଭିନ୍ନ ଘର, ଅଫିସ, ସମ୍ପର୍କୀୟଙ୍କ ଘରେ ଚଢ଼ଉ କରିଥିଲେ।

ପ୍ରକାଶ ଥାଉକି, ବରଗଡ଼ ଅବକାରୀ ନିରୀକ୍ଷକ ମକରଧ୍ୱଜ ବର୍ଗେ ଆୟ ବହିର୍ଭୂତ ସମ୍ପତ୍ତିଠୁଳ କରିବା ଅଭିଯୋଗରେ ଭିଜିଲାନ୍ସ ବିଭାଗର ବରିଷ୍ଠ ଅଧିକାରୀମାନେ ଗତକାଲିଠାରୁ ଶ୍ରୀ ବାର୍ଗେଙ୍କ ଆୟ ବହିର୍ଭୂତ ସମ୍ପତ୍ତିର ଆକଳନ କରିବା ପାଇଁ ତାଙ୍କର ବରଗଡ଼ ସରକାରୀ ଅଫିସ ସହ ପ୍ରାୟ ପାଖାପାଖି ଆଠଟି ସ୍ଥାନରେ ଚଢ଼ଉ କରି ଆଜି ସନ୍ଧ୍ୟା ଯାଏ ତାଙ୍କ ପାଖରୁ ପ୍ରାୟ ଦେଢ଼ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ଜବତ କରିଥିଲେ।