ଗଲୱାନ ସଂଘର୍ଷର ଆହତଙ୍କୁ ଭେଟିଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆର୍ମି ହସ୍ପିଟାଲ ଯାଇ ଗଲୱାନ ସଂଘର୍ଷରେ ଆହତ ହୋଇଥିବା ସୈନିକଙ୍କୁ ଭେଟିଛନ୍ତି। ଏହି ଅବସରରେ ବୀର ଯବାନଙ୍କୁ ବାର୍ତ୍ତା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ‘ଆପଣଙ୍କ ସାହସକୁ ଦୁନିଆ ଦେଖୁଛି।’ ଯେଉଁ ବୀରମାନେ ଆମକୁ ଛାଡ଼ିକି ଗଲେ ସେମାନେ ବିନା କୌଣସି କାରଣରେ ଯାଇନାହାନ୍ତି। ଆପଣଙ୍କ ସାହସିକତା, ବୀରତା ଓ ଦେଶ ପାଇଁ ବୁହାଇଥିବା ରକ୍ତ ଆଜିର ଯୁବପୀଢ଼ୀଙ୍କ ପାଇଁ ପ୍ରେରଣାସ୍ତ୍ରୋତ ପାଲଟିବ।

ପ୍ରଧାନନ୍ତ୍ରୀ ଆହୁରି କହିଛନ୍ତି କି, ଆପଣମାନେ ଦେଖାଇଥିବା ବୀରତା ଦ୍ୱାରା ସମଗ୍ର ବିଶ୍ୱକୁ ଏକ ବାର୍ତ୍ତା ଯାଇଛି। ଆପଣମାନେ ଯେଉଁଭଳି ଦେଶମାତୃକାର ସୁରକ୍ଷା ପାଇଁ ଦୃଢ଼ଭାବେ ଛିଡ଼ା ହୋଇଥିଲେ ଦୁନିଆ ଜାଣିବାକୁ ଚାହୁଁଛି ସେ ବାହାଦୁର କିଏ? ତାଙ୍କର ପ୍ରଶିକ୍ଷଣ କ’ଣ ରହିଛି? ତାଙ୍କ ବଳିଦାନ କ’ଣ? ଦୁନିଆ ଆପଣଙ୍କ ବୀରତାର ବିଶ୍ଳେଷଣ କରୁଛି।