ଆଜି ବଲାଙ୍ଗିର ଜିଲ୍ଲାରେ ୧୯ କରୋନା ଆକ୍ରାନ୍ତ ଚିହ୍ନଟ: ୬ ଜଣ ନାବାଳକ ସାମିଲ

ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲାରେ ଆଜି ନୂତନ ଭାବେ ୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଂକ୍ରମିତଙ୍କ ମଧ୍ୟରେ କେବଳ ସହରର ହାତୀଶାଲ ପଡ଼ା କଣ୍ଟେନମେଣ୍ଟ ଜୋନରୁ ୧୮ ଜଣ ରହିଛନ୍ତି। ଚିହ୍ନଟ ହୋଇଥିବା ୧୯ ଜଣଙ୍କ ମଧ୍ୟରୁ ୧୧ ଜଣ ମହିଳା, ୬ ଜଣ ନାବାଳକ ଓ ୨ ଜଣ ପୁରୁଷ।

ହାତୀଶାଲ ପଡ଼ା ଅଞ୍ଚଳରୁ ଚିହ୍ନଟ ହୋଇଥିବା ୧୮ ଜଣ ସ୍ଥାନୀୟ କରୋନା ପଜିଟିଭ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଅନ୍ୟଜଣେ ସଇଁନ୍ତଲା ବ୍ଲକ ଲାଚୁଟ ପଞ୍ଚାୟତର ଜଣେ ୨୫ ବର୍ଷର ପୁରୁଷ, ସେ ତାମିଲନାଡୁ ଫେରନ୍ତା। ସେ ଜୁନ୍ ୩ରୁ ୧୩ ପର୍ଯ୍ୟନ୍ତ ସରକାରୀ କ୍ୱାରେଣ୍ଟାଇନରେ ଥିଲେ ଓ ପରେ ହୋମ କ୍ୱାରେଣ୍ଟାଇନରେ ଥିଲେ।