ବରଗଡ଼, ଏନ୍ଏନ୍ଏସ୍: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଆଜି ବରଗଡ଼ ଅବକାରୀ ନିରୀକ୍ଷକ ମକରଧ୍ୱଜ ବର୍ଗେଙ୍କ ସରକାରୀ ଅଫିସ ସହ ପ୍ରାୟ ଆଠଟି ସ୍ଥାନରେ ଚଢ଼ଉ କରିଛି। ଗତକାଲି ଶ୍ରୀ ବର୍ଗେଙ୍କ ସମ୍ବଲପୁରରେ ଥିବା ଆବାସିକ ଗୃହ, ବୁର୍ଲାରେ ଥିବା ଦ୍ୱିତଳ ବିଶିଷ୍ଟ ଆବାସିକ ଗୃହ, ବଲାଙ୍ଗିର ଜାତୀୟ ରାଜପଥ ବିଭାଗ ଅଫିସକୁ ଲାଗି ରହିଥିବା ଆବାସିକ ଗୃହ, ତାଙ୍କ ନିଜସ୍ୱ ଜିଲ୍ଲା ସୁବର୍ଣ୍ଣପୁରର ନିଜ ଗ୍ରାମ ରାମପୁରର ଆବାସିକ ଗୃହ, ସୁବର୍ଣ୍ଣପୁର ଡୁଙ୍ଗୁରିପାଲି ଥିବା ତାଙ୍କ ସମ୍ପର୍କୀୟଙ୍କ ନାମରେ ଥିବା ଏଚପି ଗ୍ୟାସ ଗୋଦାମ ଘର, ବରଗଡ଼ ଜିଲ୍ଲାର ବରପାଲି ରେ ତାଙ୍କ ସମ୍ପର୍କୀୟ ଙ୍କ ଭଡ଼ାଘରେ, ବରଗଡ଼ ହୋଟେଲ ଗଣପତି ପାଖରେ ଥିବା ଏକ ଫ୍ଲାଟ୍ ଓ ବରଗଡ଼ ଅବକାରୀ ନିରୀକ୍ଷକଙ୍କ ଅଫିସରେ ଏହି ଚଢ଼ଉ କରାଯାଇଥିଲା। ଏ ଯାଏ ମିଳିଥିବା ସମ୍ପତ୍ତିର ଆକଳନ ଅନୁସାରେ ତାଙ୍କର ସମ୍ପତ୍ତିର ମୂଲ୍ୟ ୧କୋଟି ୫୫ ଲକ୍ଷ ୩୪ ହଜାର ୯୭୦ ଟଙ୍କା ବୋଲି ସୂଚନା ଦିଆଯାଇଛି।