ବଲାଙ୍ଗିର,ଏନଏନଏସ: ବଲାଙ୍ଗିରରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଆଜି ଶନିବାର ଓ ରବିବାର ଜିଲ୍ଲାରେ ସଟଡାଉନ ଘୋଷଣା କରିଛି। କେବଳ ଜରୁରୀକାଳୀନ ସେବା ବ୍ୟତୀତ ଅନ୍ୟ ସବୁ କିଛି ବନ୍ଦ ରହିବ ବୋଲି ପ୍ରଶାସନ ତରଫରୁ ଘୋଷଣା କରାଯାଇଛି । ସୂଚନାଯୋଗ୍ୟ ଯେ, ସହର ର ହାତୀଶାଲ ପଡାରେ ଦିନକରେ ୧୩ ଜଣ କରୋନା ଆକ୍ରାନ୍ତ ବାହାରିବା ପରେ ସେହି ଅଞ୍ଚଳକୁ ପ୍ରଶାସନ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇ ଥିଲା। ତେବେ ସେହି ଅଞ୍ଚଳରେ ଆଜି ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ପ୍ରଶାସନ ତରଫରୁ ସାପ୍ତାହନ୍ତ ସଟଡାଉନ ଘୋଷଣା କରାଯାଇଛି ।