ଭୁବେନଶ୍ୱର,ଏନ୍ଏନ୍ଏସ୍: ସମ୍ ହସ୍ପିଟାଲରେ ହେବ କୋଭିଡ୍-୧୯ ଭ୍ୟାକସିନ୍ ପରୀକ୍ଷଣ। ଇଣ୍ଡିଆନ କାଉନସିଲ ଫର ମେଡିକାଲ ରିସର୍ଚ୍ଚ (ଆଇସିଏମଆର)ଦ୍ୱାରା ଓଡ଼ିଶାର ଏହି ହସ୍ପିଟାଲକୁ ମନୋନୀତ କରଯାଇଛି। ଭାରତରେ ପ୍ରଥମ କୋଭିଡ୍-୧୯ ଭ୍ୟାକସିନର ମଣିଷ ଉପରେ ପ୍ରୟୋଗ ନିମେନ୍ତ ପ୍ରସ୍ତୁତି ଆରମ୍ଭ ହୋଇଥିବାବେଳେ ଦେଶର ୧୩ ହସ୍ପିଟାଲକୁ ଏଥିଲାଗି ଚିହ୍ନଟ କରାଯାଇଛି। ସେଥିମଧ୍ୟରୁ ଓଡ଼ିଶାରୁ ସମ୍କୁ ବଛାଯାଇଛି ବୋଲି ଗୁରୁବାର ସମ୍ ହସ୍ପିଟାଲ୍ ପକ୍ଷରୁ ସୂଚନା ଦିଆଯାଇଛି। କରୋନାର ଗତି ଧିରେଧିରେ ବୃଦ୍ଧି ପାଉଥିବା ଯୋଗୁ ପୃଥିବୀର ଅନେକ ଦେଶ ଭ୍ୟାକସିନ ପରୀକ୍ଷଣରେ ଲାଗିପଡ଼ିଛନ୍ତି। ଭାରତରେ ମଧ୍ୟ ଏହି ପ୍ରକ୍ରିୟା ଜୋରଦାର ହୋଇଛି। ପରୀକ୍ଷଣ ପାଇଁ ସମ୍କୁ ମନୋନୀତ କରାଯିବା ପରେ ହସପିଟାଲ୍କୁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଆଇସିଏମଆର ପକ୍ଷରୁ କୁହାଯାଇଛି।
ହସପିଟାଲ କମ୍ୟୁନିଟି ମେଡିସିନ ବିଭାଗର ପ୍ରେଫସର ଇ. ଭେଙ୍କଟ ରାଓ ଏହାର ପ୍ରମୁଖ ପରୀକ୍ଷକ ଭାବେ ଦାୟିତ୍ୱ ତୁଲାେଇବ। ସେହିପରି ପୁଣେରେ ଥିବା ଆଇସିଏମଆର -ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭିରୋଲୋଜି ଦ୍ୱାରା ପୃଥକ କରାଯାଇଥିବା ଏହି ଭାଇରସର ଷ୍ଟ୍ରେନକୁ ନେଇ ଏହି ଭ୍ୟାକସିନ୍ ପ୍ରସ୍ତୁତ କରଯାଉଛି। ଆଇସିଏମଆର ଓ ଭାରତ ବାୟୋଟେକ ମିଳିତ ଭାବରେ ଏହି ଭ୍ୟାକସିନକୁ ପ୍ରସ୍ତୁତ କରୁଛନ୍ତି। ଡ୍ରଗ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆଙ୍କ ପକ୍ଷରୁ ଫେଜ-୧ ଓ ଫେଜ-୨ରେ ମଣିଷ ଉପରେ ଏହାର ପ୍ରୟୋଗ ନିମେନ୍ତ ଅନୁମତି ମିଳିସାରିଛି। କେବଳ ହସପିଟାଲ୍ ଇନଷ୍ଟିଚ୍ୟୁସନାଲ ଏଥିକାଲ କମିଟି ଅନୁମୋଦନ ମିଳିବା ପରେ ଦେଶରେ ଏହି ପରୀକ୍ଷଣ କରାଯିବ।