ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲାରୁ ଆଜି ପୁଣି ୭ ଜଣ କରୋନା ଆକ୍ରାନ୍ତଙ୍କ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ କଣ୍ଟେନ୍ମେଣ୍ଟ ଜୋନ ଘୋଷଣା କରାଯାଇଥିବା ହାତୀଶାଲ ପଡାର ୪ ଜଣ ରହିଛନ୍ତି। ସେହିପରି ଆଗଲପୁର ବ୍ଲକ ପଣ୍ଡକିଟାଲ ପଞ୍ଚାୟତର ୨ ଜଣ(୨୪ ବର୍ଷ, ୨୭ ବର୍ଷ) ଯୁବକ ରହିଥିବା ବେଳେ ସେମାନେ ମହାରାଷ୍ଟ୍ର ଫେରନ୍ତା। ଉଭୟେ ସରକାରୀ କ୍ୱାରେଣ୍ଟାଇନରେ ଥିଲେ। ଅନ୍ୟ ଜଣେ ପୁଇଁନ୍ତଲା ବ୍ଲକ ଜାମସର ପଞ୍ଚାୟତର ୪୦ ବର୍ଷୀୟ ମହିଳା। ସେ ନିକଟରେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ।
ସେହିପରି ସହରର କଣ୍ଟେନ୍ମେଣ୍ଟ ଜୋନ ଘୋଷିତ ହୋଇଥିବା ହାତୀଶାଲ ପଡାରୁ ଚିହ୍ନଟ ହୋଇଥିବା ୪ ଜଣଙ୍କ ମଧ୍ୟରୁ ଜଣେ ମହିଳା ହୋଇଥିବା ବେଳେ ୩ ଜଣ ପୁରୁଷ। ସେମାନଙ୍କ ବୟସ ୩୪, ୧୫, ୩୦ ଓ ୨୨। ଏଥିସହିତ ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯୪ ହୋଇଥିବା ବେଳେ ୪୪ କେସ ସକ୍ରିୟ ରହିଛି। ସେହିପରି ୧୫୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।