ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା କାଲଦାପାଲି ପଞ୍ଚାୟତର ସୋଡିଗୁଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମର କିଛି ଲୋକ ଗତକାଲି ସାବେରୀ ନଦୀରେ ଏକ କୁମ୍ଭୀର ଦେଖିଥିଲେ। ତେବେ କୁମ୍ଭୀରଟିକୁ କୌଶଳ କ୍ରମେ ଧରି ବାନ୍ଧି ଦେଇଥିଲେ। ପରେ ଲୋକମାନେ ସେହି କୁମ୍ଭୀରଟିର ଆଙ୍ଗୁଳିଗୁଡ଼ିକୁ କାଟିବା ସହିତ ତା’ର ଫଟୋ ଉଠାଇ ସୋସିଆଲ ମିଡ଼ିଆରେ ଛାଡ଼ିଥିଲେ। ସେହିପରି ଅନେକ ଲୋକ କୁମ୍ଭୀରଟିକୁ କାଟି ତା’ର ମାଂସ ଖାଇଥିବା ମଧ୍ୟ ଜଣାପଡ଼ିଛି। ତେବେ ବର୍ତ୍ତମାନ ଯାଏଁ ବନ ବିଭାଗର କୌଣସି କର୍ମଚାରୀ ସମ୍ପୃକ୍ତ ଗ୍ରାମରେ ପହଞ୍ଚି ନଥିବା ବେଳେ ଲୋକଙ୍କ ଏଭଳି ନୃଶଂସ କାଣ୍ଡ ସମସ୍ତଙ୍କୁ ଚକିତ କରିଦେଇଛି।