ଜିଲ୍ଲାରେ ଆଜି ପୁଣି ୫ ନୂଆ ପଜିଟିଭ ଚିହ୍ନଟ

ବାରିପଦା,ଏନ୍ଏନ୍ଏସ୍: ମୟୂରଭଞ୍ଜ ଜିଲ୍ଲାରେ ଆଜି ପୁଣି ୫ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ସଂକ୍ରମିତଙ୍କ ସଂଖ୍ୟା ୨୧୩ରେ ପହଞ୍ଚିଛି। ଜିଲ୍ଲାର କରିଆ, ବିଜାତୋଳା ଓ ରାସଗୋବିନ୍ଦପୁର ଆଦି ପ୍ରତ୍ୟେକ ବ୍ଲକ୍ ଅଞ୍ଚଳ କ୍ୱାରେଣ୍ଟିନ ସେଣ୍ଟରରୁ ଜଣେ ଲେଖାଏଁ ମୋଟ ୩ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ସେହିପରି ବଡ଼ସାହି ବ୍ଲକରୁ ଜଣେ ଏବଂ ବାରିପଦା ପୌରପରିଷଦରୁ ଜଣେ କୋଭିଡ-୧୯ ଯୁଦ୍ଧା ଲୋକାଲ କଣ୍ଟାକ୍ଟରୁ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କର ଟ୍ରାଭେଲ ହିଷ୍ଟ୍ରି ଯାଞ୍ଚ କରାଯାଉଛି ବୋଲି ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଏଥିସହିତ ମୟୂରଭଞ୍ଜ ଜିଲ୍ଲାରେ ଜୁଲାଇ ୧ ସୁଦ୍ଧା ୧୪୬ ଜଣ ସୁସ୍ଥହୋଇ ଫେରିଥିବାବେଳେ ସକ୍ରିୟ ସଂଖ୍ୟା ଆଜିକୁ ମିଶାଇ ୬୫ରେ ପହଞ୍ଚିଛି।