ଆଜି ଅପରାହ୍ନ ୪ଟାରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅପରାହ୍ନ ୪ଟା ସମୟରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍ ଯୋଗେ ଏହି ସୂଚନା ଜାରି କରାଯାଇଛି। ଏହି ଅବସରରେ ସେ କେଉଁ ବିଷୟକୁ ନେଇ ଦେଶବାସୀଙ୍କୁ ସମ୍ବୋଧିତ କରିବେ ସ୍ପଷ୍ଟ ହୋଇନଥିବା ବେଳେ ବର୍ତ୍ତମାନର କରୋନା ସ୍ଥିତି ଏବଂ ଭାରତ ଓ ଚୀନ ମଧ୍ୟରେ ଜାରି ରହିଥିବା ଚିନ୍ତାଜନକ ପରିସ୍ଥିତି ସମ୍ବନ୍ଧରେ ଉପସ୍ଥାପନ କରିପାରନ୍ତି ବୋଲି ଆଶା କରାଯାଉଛି।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧିତ କରିବା ପୂର୍ବରୁ ଭାରତ ସରକାର ୫୯ଟି ଚାଇନିଜ ଆପକୁ ବ୍ୟାନ କରି ଦେଇଛନ୍ତି। ଆଇଟି ଆକ୍ଟ ୨୦୦୦ ଜରିଆରେ ଟିକଟକ୍ ଓ ୟୁସି ବ୍ରାଉଜର ଭଳି ବଡ଼ ବଡ଼ ଆପକୁ ବ୍ୟାନ କରାଯାଇଛି।