ରାଜ୍ୟରେ କରୋନା ନେଲା ଆଉ ୨ ମୁଣ୍ଡ

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟରେ କରୋନା ଯୋଗୁ ଆଉ ୨ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ଗଞ୍ଜାମ ଜିଲ୍ଲାର ହୋଇଥିବା ଜଣାପଡ଼ିଛି। ଏଥିସହିତ ଗଞ୍ଜାମରେ ମୃତ୍ୟୁସଂଖ୍ୟା ୧୪କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ଉଲ୍ଲେଖଯୋଗ୍ୟ, ମୃତକଙ୍କ ମଧ୍ୟରୁ ଜଣେ ୪୮ ବର୍ଷୀୟ ମହିଳା ରହିଛନ୍ତି ଯାହାଙ୍କଠାରେ କରୋନା ବ୍ୟତୀତ ଅନ୍ୟ କୌଣସି ରୋଗ ନଥିଲା। ଅନ୍ୟପଟେ ଜଣେ ୩୯ ବର୍ଷୀୟ ମହିଳା ରହିଛନ୍ତି ଯିଏକି କରୋନା ବ୍ୟତୀତ କିଡନୀ ରୋଗରେ ମଧ୍ୟ ପୀଡ଼ିତ ଥିଲେ।
ସୂଚନାଯୋଗ୍ୟ, ଗଞ୍ଜାମରେ ସର୍ବାଧିକ ୧,୩୭୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୧୪ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ୯୫୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ୪୦୪ ଜଣ ଚିକିତ୍ସାଧୀନ ଅଛନ୍ତି।