ଭାରସାମ୍ୟ ହରାଇ ଓଲଟିଲା କାର୍

ରାମନାଗୁଡ଼ା, ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ନିକଟସ୍ଥ ବାଙ୍ଗି ଛକ ନିକଟରେ ଭାରସାମ୍ୟ ହରାଇ କାର ଓଲଟି ପଡ଼ିଛି । ମିଳିଥିବା ରିପୋର୍ଟ ମୁତାବକ, ସୁଦାମ ବେହେରା ନାମକ ବ୍ୟକ୍ତି ଏକ କାର ଯୋଗେ ଭବାନୀପାଟଣରୁ ଚନ୍ଦ୍ରଗିରି ଅଭିମୁଖେ ଯାଉଥିବା ବେଳେ ବାଙ୍ଗି ଛକ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଖବରପାଇ ଆମ୍ବୁଲାନ୍ସ ଯୋଗେ ଗୁରୁତର ଆହତଙ୍କୁ ରାମନାଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଆହତଙ୍କ ଚିକିତ୍ସା ଜାରି ରଖିଥିବା ବେଳେ ଏଥିରେ କାହାର ବିଶେଷ କ୍ଷତି ହୋଇନଥିବା ଜଣାପଡ଼ିଛି।