ସଇଁନ୍ତଳା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବ୍ଲକ ଗୋପବନ୍ଧୁ ପଡ଼ାରେ ସନ୍ଦେହଜନକ ଭାବେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ଏନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି। ସୂଚନା ଅନୁସାରେ, ନୟାଗଡ଼ ଜିଲ୍ଲା ସିକାରାଡ଼ା ଗ୍ରାମର ଅବକାଶ ପରିଡ଼ା(୨୩) ଦୀର୍ଘଦିନ ହେଲା ସଇଁନ୍ତଳା ଗୋପବନ୍ଧୁ ପଡ଼ାରେ ଏକ ଭଡ଼ାଘରେ ରହି ଜିଓ କେୟାରରେ କାମ କରୁଥିଲେ। ନିକଟରେ ସେ ଗାଁକୁ ଯାଇଥିଲେ। ଗାଁରୁ ଫେରି ପୁଣି ସେ ଅଫିସ କାମରେ ଯୋଗଦେଇଥିଲେ। ହେଲେ କିଛିଦିନ ହେଲା ଘରକୁ ଫୋନ କରୁନଥିବାରୁ ପରିବାର ଲୋକେ ବାରମ୍ବାର ଫୋନ କରୁଥିଲେ । କୌଣସି ଉତ୍ତର ମିଳୁନଥିଲା। ଆଜି ସଇଁତଳାକୁ ଆସି ପୁଅର ମୃତଦେହ ଦେଖିବାକୁ ପାଇଥିଲେ।
