କୁଆଁପାଳ,ଏନ୍ଏନ୍ଏସ୍: ଦୁଇ ପୁଅଙ୍କୁ ଘର ଭିତରେ ବନ୍ଦ କରି ମା’ ସହ ଦୁଷ୍କର୍ମ କରିଥିବା ଶିକ୍ଷକଙ୍କ ବିରୋଧରେ ମାହାଙ୍ଗା ଥାନାରେ ପୀଡ଼ିତା ଓ ତା’ର ସ୍ୱାମୀ ଅଭିଯୋଗ କରିଛନ୍ତି। ଏଭଳି ଏକ ଲଜ୍ଜା ଜନକ ଘଟଣା ମାହାଙ୍ଗା ଥାନା ପୋଡାମରାଇ ପଞ୍ଚାୟତର ସିନ୍ଧୁପୁର ଗାଁରେ ଘଟିଛି।
ସୂଚନା ଅନୁସାରେ ଗତ ୨୫ ତାରିଖ ବିଳମ୍ବିତ ରାତ୍ରିରେ ସିନ୍ଧୁପୁର ଗାଁରେ ଦୁଷ୍କର୍ମକାରୀ ଶିକ୍ଷକ ରାଜ କିଶୋର ବେହେରା ମହିଳାଙ୍କ ସ୍ୱାମୀ ଘରେ ନଥିବାର ସୁଯୋଗ ନେଇ ଦୁଇ ପୁଅଙ୍କୁ ବାହାରପଟୁ ଜଞ୍ଜିର ଦେଇ ମହିଳାଙ୍କ ସହିତ ଦୁଷ୍କର୍ମ କରିଥିଲେ। ଏହି ସମୟରେ ସ୍ୱାମୀ ଘରକୁ ଫେରି ଘଟଣା ଦେଖିବା ପରେ ଅଭିଯୁକ୍ତଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲେ। ମାତ୍ର ଅଭିଯୁକ୍ତ ଶିକ୍ଷକ ସେଠାରୁ ଉଲଗ୍ନ ଅବସ୍ଥାରେ ଖସି ପଳାଇଥିଲେ। ଏ ସମ୍ପର୍କରେ ପୀଡ଼ିତା ଓ ସ୍ୱାମୀ ଥାନାରେ ଅଭିଯୋଗ କରିବା ପରେ ମହିଳାଙ୍କୁ ଡାକ୍ତରୀ ମାଇନା ପାଇଁ ପଠାଇବା ବଦଳରେ ନିଜ ଘରକୁ ପଠାଇ ଦେଇଛନ୍ତି। ସେହିପରି ଅଭିଯୁକ୍ତ ଶିକ୍ଷକ ଫେରାର ଥିବା ଜଣାପଡ଼ିଛି।