୨୧ ଦିନରେ ୨୧ ଥର ବଢ଼ିଲା ତୈଳ ଦର

ନୂଆଦିଲ୍ଲୀ: ଦେଶରେ ଲଗାତାର ୨୧ ଦିନରେ ୨୧ ଥର ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି। ପେଟ୍ରୋଲ ଲିଟର ପିଛା ୨୫ ପଇସା ବଢ଼ିଥିବା ବେଳେ ଡିଜେଲ ଲିଟର ପିଛା ୨୧ ପଇସା ବଢ଼ିଛି। ଏଥିସହିତ ଗତ ୨୧ ଦିନରେ ପେଟ୍ରୋଲ ୯.୧୨ ଟଙ୍କା ଓ ଡିଜେଲ ୧୧ ଟଙ୍କାକୁ ବୃଦ୍ଧି ପାଇଛି।

ସୂଚନାଯୋଗ୍ୟ, ୭ ଜୁନରୁ ଆଜି ପର୍ଯ୍ୟନ୍ତ ଲଗାତାର ୨୧ ଥର ତୈଳଦର ବୃଦ୍ଧି ପାଇଛି। ତୈଳଦର ଏମିତି ବୃଦ୍ଧି ପାଉଥିବାରୁ ବିପକ୍ଷ ଦଳ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ନିକଟରେ ପେଟ୍ରୋଲ-ଡିଜେଲ ଦର ପ୍ରତ୍ୟାହାର କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖିଥିଲେ। ଅନ୍ୟପଟେ ବିହାରର ପ୍ରାକ୍ତନ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ନିଜ ଦଳର ବିଧାୟକଙ୍କ ସହ ମିଶି ସାଇକେଲ ରାଲି କରିଥିଲେ।