ନୂଆଦିଲ୍ଲୀ: ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ଟପିଗଲାଣି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ମୁତାବକ, ଦେଶରେ ଏଯାବତ ୫ଲକ୍ଷ ୮ ହଜାର ୯୫୩ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିମଧ୍ୟରୁ ୧୫ ହଜାର ୬୮୫ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୨ଲକ୍ଷ ୯୫ ହଜାର ୮୮୦ ଜଣ ସୁସ୍ଥ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ୧୮ ହଜାର ୫୫୨ଟି ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ୩୮୪ ଜଣଙ୍କର ମୃତ୍ୟୁ ଘଟିଛି।
ରିପୋର୍ଟ ମୁତାବକ, ଦେଶରେ ବର୍ତ୍ତମାନ ସୁଦ୍ଧା ୧ଲକ୍ଷ ୯୭ ହଜାର ସକ୍ରିୟ ମାମଲା ରହିଥିବାବେଳେ କେବଳ ମହାରାଷ୍ଟ୍ରରେ ୬୫ ହଜାରରୁ ଅଧିକ ଲୋକ ଚିକିତ୍ସାଧୀନ ଅଛନ୍ତି। ମହାରାଷ୍ଟ୍ର ପରେ ଦିଲ୍ଲୀ, ତାମିଲନାଡ଼ୁ, ଗୁଜରାଟ ଓ ପଶ୍ଚିମବଙ୍ଗ ଯଥାକ୍ରମେ ଦ୍ୱିତୀୟ, ତୃତୀୟ, ଚତୁର୍ଥ ଓ ପଂଚମ ସ୍ଥାନରେ ରହିଛନ୍ତି। ଏହି ୫ଟି ସବୁଠୁ ଅଧିକ ମାମଲା ରହିଥିବାବେଳେ ବିଶ୍ୱରେ ଭାରତର ସ୍ଥାନ ଚତୁର୍ଥରେ ରହିଛି।