ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ୧୭୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୪୩ କ୍ୱାରେଣ୍ଟାଇନ ସେଣ୍ଟରରୁ ହୋଇଥିବାବେଳେ ୨୭ଜଣ ସ୍ଥାନୀୟ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬,୩୫୦କୁ ବୃଦ୍ଧି ପାଇଛି। ଏଥିସହିତ ଗଞ୍ଜାମରୁ ଆଜି ସର୍ବାଧିକ ୫୮ ମାମଲା ସାମ୍ନାକୁ ଆସିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ଚିହ୍ନଟ ହୋଇଥିବା ୧୭୦ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୫୮ ଜଣ ରହିଥିବାବେଳେ ନବରଙ୍ଗପୁର ଓ ଖୋର୍ଦ୍ଧାରୁ ୧୯ ଲେଖାଏଁ, ରାୟଗଡ଼ା ଓ ଗଜପତିରୁ ୧୬ ଲେଖାଏଁ, କଟକରୁ ୧୪, କେନ୍ଦ୍ରାପଡ଼ା ଓ ପୁରୀରୁ ୬ ଲେଖାଏଁ, ମାଲକାନଗିରି ଜିଲ୍ଲାରୁ ୫ଜଣ ରହିଛନ୍ତି। ସେହିପର ନୟାଗଡ଼ ଓ ଯାଜପୁରରୁ ୩ ଲେଖାଏଁ, ସମ୍ବଲପୁରରୁ ୨, ବରଗଡ଼ ଓ କୋରାପୁଟ ଜିଲ୍ଲାରୁ ଜଣେ ଲେଖାଏଁ କରୋନାରେ ସଂକ୍ରମିତ ହୋଇଛନ୍ତି। ଏଥିରେ ଅମ୍ଫାନ ଉଦ୍ଧାର କାର୍ଯ୍ୟରେ ପଶ୍ଚିମବଙ୍ଗ ଯାଇଥିôବା ଜଣେ ଏନଡିଆରଏଫ୍ ଯବାନ ମଧ୍ୟ ସାମିଲ ଅଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୨ଲକ୍ଷ ୪୯ହଜାର ୯୦୨ଟି କରୋନା ଟେଷ୍ଟ ହୋଇଥିବାବେଳେ ୬,୩୫୦ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଅନ୍ୟପଟେ ୪,୪୨୨ ଜଣ ସୁସ୍ଥ ହୋଇଛନ୍ତି ଓ ୧୮ ଜଣଙ୍କର ମୃତ୍ୟୁ ଘଟିଛି। ଆଉ ୧୯୦୩ଜଣ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।