ଭୁବନେଶ୍ୱର,ଏନ୍ଏନ୍ଏସ୍: କରୋନା ମହାମାରୀ ଯୋଗୁଁ ଏବେ ସ୍କୁଲ୍, କଲେଜ ବନ୍ଦଥିବାବେଳେ କିସ୍ ର ୩୦ ହଜାର ଛାତ୍ରଛାତ୍ରୀ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ନିଜ ନିଜ ଘରେ ରହୁଛନ୍ତି। ଏହାକୁ ଦୃଷ୍ଟିରେ ରଖି କିସ କର୍ତ୍ତୃପକ୍ଷ ସେମାନଙ୍କ ନିକଟରେ ପାଠ୍ୟ ପୁସ୍ତକ ଓ ଶୁଖିଲା ଖାଦ୍ୟ ପହଞ୍ଚାଇବାର ବ୍ୟବସ୍ଥା କରିଛନ୍ତି। ଏଥିପାଇଁ ଗତ ମାସରେ ପ୍ରଥମ ପର୍ଯ୍ୟାୟରେ କିସ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ଚୁଡ଼ା, ଚିନି, ଡାଲି, ବିସ୍କୁଟ ଆଦି ସୁଖିଲା ଖାଦ୍ୟ ସାମଗ୍ରୀ, ସାବୁନ ଏବଂ ସମସ୍ତ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ନୂତନ ଶିକ୍ଷାବର୍ଷର ପାଠ୍ୟ ପୁସ୍ତକ, ଖାତା, କଲମ, ପେନସିଲ ଆଦି ପାଠ୍ୟୋପକରଣ ଯୋଗାଇ ଦିଆଯାଇଥିଲା। ପିଲାଙ୍କ ସୁବିଧା ଦୃଷ୍ଟିରୁ କିସ ପକ୍ଷରୁ ଦ୍ୱିତୀୟ ପର୍ଯ୍ୟାୟ ଶୁଖିଲା ଖାଦ୍ୟ ସାମଗ୍ରୀ ଓ ପାଠ୍ୟ ପୁସ୍ତକ ସେମାନଙ୍କ ନିକଟରେ ପହଞ୍ଚାଇବା କାର୍ଯ୍ୟ ଶୁକ୍ରବାରଠାରୁ ଆରମ୍ଭ ହୋଇଛି।
