ବେଙ୍ଗାଲୁରୁ,ଏଜେନ୍ସି: ବେଙ୍ଗାଲୁରୁର ଏକ ସରକାରୀ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣେ ୬୦ବର୍ଷୀୟା କରୋନା ଆକ୍ରାନ୍ତ ମହିଳା ଶୁକ୍ରବାର ଆତ୍ମହତ୍ୟା କରିଛନ୍ତି। ହସ୍ପିଟାଲ୍ ଶୌଚାଳୟରେ ଅପରାହ୍ଣ ରେ ଶାଢୀରେ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି ମହିଳା ଜଣକ। ମହିଳା ଜଣକ ବେଙ୍ଗାଲୁରୁର ରାଜଗୋପାଳନଗର ବାସିନ୍ଦା ବୋଲି ଜଣାପଡ଼ିଛି। ଗତ ୧୮ତାରିଖରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଘଟୁଥିବାବେଳେ ମହିଳା ଜଣକ କରୋନା ଆକ୍ରନ୍ତ ଯୋଗୁଁ ଚାପରେ ରହୁଥିଲେ। ମହିଳାଙ୍କ ଆତ୍ମହତ୍ୟା ପରେ ବେଙ୍ଗାଲୁରୁ ପୁଲିସ କମିଶନର ଭାସ୍କର ରାଓ କରୋନା ଭାଇରସ ଭୟରେ ଜୀବନ ନହାରିବାକୁ ଲୋକଙ୍କଠାରେ ଆବେଦନ କରିଛନ୍ତି। ସୂଚନାଯୋଗ୍ୟ, କୋଭିଡ୍ ଭୟରେ ଏହା ବେଙ୍ଗାଲୁରୁର ତୃତୀୟ ଆତ୍ମହତ୍ୟା ଘଟଣା।