ହଟ୍ ସ୍ପଟ ୫ ଜିଲ୍ଲାରୁ ରାଜଧାନୀ ବସ୍ତିକୁ ଆସିଲେ ବାଧ୍ୟତାମୂଳକ ୧୪ ଦିନିଆ ସଙ୍ଗରୋଧ

ଭୁବନେଶ୍ୱର, ଏନ୍ଏନ୍ଏସ୍: ହଟସ୍ପଟ ଜିଲ୍ଲାରୁ କେହି ଭୁବନେଶ୍ୱର ଆସିଲେ ୧୪ ଦିନ ସଙ୍ଗରୋଧରେ ରହିବେ । ଗଞ୍ଜାମ, କଟକ, ବାଲେଶ୍ୱର, ଗଜପତି ଓ ଯାଜପୁର ଜିଲ୍ଲାରୁ କେହି ଭୁବନେଶ୍ୱର ବସ୍ତି ଅଞ୍ଚଳକୁ ଆସିଲେ ସଙ୍ଗରୋଧରେ ରହିବା ବାଧ୍ୟତାମୂଳକ । ଆସୁଥିବା ଲୋକଙ୍କୁ ୧୪ ଦିନ ସରକାରୀ କ୍ୱାରେଣ୍ଟିନରେ ପ୍ରଥମେ ରଖାଯିବ। ଏସବୁ ଜିଲ୍ଲାରୁ କେହି ଆସିଲେ ସେମାନଙ୍କୁ ସ୍ଲମ ସର୍ଭେଲାନ୍ସ ଟିମ ଧରିବ ବୋଲି କହିଛନ୍ତି ଶ୍ରୀ ଚୌଧୁରୀ।

ଅନ୍ୟପକ୍ଷରେ ରାଜଧାନୀର ଦୁଇ ବଡ଼ ବସ୍ତି ଉପରେ ବିଏମସି ନଜର ରଖିଛି ବୋଲି ଶ୍ରୀ ଚୌଧୁରୀ କହିଛନ୍ତି । ତାଙ୍କ ସୂଚନା ଅନୁସାରେ ସାଲିଆ ସାହି ବସ୍ତିରେ ୧୦ ରାଉଣ୍ଡ ସର୍ଭେଲାନ୍ସ ସରିଛି । ସୁବାସନଗର ବସ୍ତିରେ ମଧ୍ୟ ୬ ରାଉଣ୍ଡ ସର୍ଭେଲାନ୍ସ କରାଯାଇଛି । ବସ୍ତିରେ ଯେପରି କରୋନା ସଂକ୍ରମଣ ନ ବଢ଼ିବ ସେଥିପ୍ରତି ଗୁରୁତ୍ୱ ଦିଆଯାଉଛି । ଭୁବନେଶ୍ୱରକୁ ପ୍ରତିଦିନ ୬ଟି ଟ୍ରେନ୍ ଆସୁଛି । ତେଣୁ ଏହା ପ୍ରଶାସନ ପାଇଁ ଆହ୍ୱାନ ପାଲଟିଛି । କରୋନା ମୁକାବିଲା ନିମନ୍ତେ ପ୍ରତି ୱାର୍ଡ଼ରେ କୋବିଦ ପରିଚାଳନା କମିଟି ଗଠନ କରାଯାଇଛି । ଜଣେ ବରିଷ୍ଠ ଅଧିକାରୀଙ୍କୁ ୫ଟି ୱାର୍ଡ଼ ଦାୟିତ୍ୱରେ ରଖାଯାଇଛି । ରାଜଧାନୀରେ କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କା ଥିବାରୁ ଲୋକମାନେ ସଚେତନ ହେବାକୁ ବିଏମସି କମିଶନର ପରାମର୍ଶ ଦେଇଛନ୍ତି ।