ସଇଁନ୍ତଳା,ଏନ୍ଏନ୍ଏସ୍: ଆଜି ବଲାଙ୍ଗିର ଏସପି ସନ୍ଦୀପ ମଡକରଙ୍କ ନେତୃତ୍ୱରେ ଟିଟିଲାଗଡ ପୁଲିସ ପକ୍ଷରୁ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନୀ ସାହୁ ଉଦଘାଟିତ କରିଥିଲେ। ଏଥିରେ ଟିଟିଲାଗଡ ପୁଲିସ ଏସଆଇ ମନୋଜ ମୁଣ୍ଡାଙ୍କ ସହିତ ଅନେକ ପୁଲିସ କର୍ମଚାରୀ, ହୋମଗାର୍ଡ ମଧ୍ୟ ରକ୍ତଦାନ କରିଥିଲେ। ଟିଟିଲାଗଡ ପୁଲିସର ଡିଏସପି ସୁରେନ୍ଦ୍ର ନାଥ ଶତପଥୀ, ଆଇଆଇସି ପ୍ରଭାତ ରଞ୍ଜନ ମହାନ୍ତି, ଟିଟିଲାଗଡ ସରକାରୀ ଡାକ୍ତରଖାନାର ରକ୍ତଭଣ୍ଡାରର ସଦସ୍ୟ, କୋଶଳ ରକ୍ତ ଭଣ୍ଡାରର ସଦସ୍ୟ,ବଲାଙ୍ଗିର ରେଡ କ୍ରସର ପରାମର୍ଶଦାତା ରାମ ନାରାୟଣ ବାଗ, ମିନିକେତନ ଡାଙ୍ଗ, ଟିଟିଲାଗଡ ଅଞ୍ଚଳର ବିଭିନ୍ନ ପଞ୍ଚାୟତର ସରପଞ୍ଚ ସମେତ ଅନେକ ସ୍ୱେଚ୍ଛାସେବୀ ସଂଗଠନ ଉପସ୍ଥିତ ଥିଲେ। ତଥ୍ୟ ସଂଗ୍ରହ ହେବା ପର୍ଯ୍ୟନ୍ତ ପ୍ରାୟ ୨୦୦ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। ସାମ୍ବାଦିକ ଅଜିତ କୁମାର ସାହୁ ମଧ୍ୟ ରକ୍ତଦାନ କରିଥିଲେ।