ସିଲ ହେଲା ହୋଟେଲ କାଞ୍ଚନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଏୟାରପୋର୍ଟ ଛକରେ ଥିବା କାଞ୍ଚନ ହୋଟେଲକୁ ବିଏମସି ବିଡିଏର ମିଳିତ ସ୍କ୍ୱାଡ ସିଲ କରିଛି। ବିଳମ୍ବିତ ରାତିରେ ହୋଟେଲରେ ଲୋକଙ୍କୁ ବସାଇ ଖାଦ୍ୟ ଖାଇବା ପାଇଁ ଦିଆଯାଉଥିବାରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। କୋଭିଡ-୧୯ ଗାଇଡଲାଇନ ଅନୁଯାୟୀ ବର୍ତ୍ତମାନ ହୋଟେଲଗୁଡ଼ିକୁ କେବଳ ହୋମ ଡେଲିଭରୀ ନଚେତ ପାର୍ସଲ ନେଇଯିବା ପାଇଁ ବିଏମସି ଅନୁମତି ଦେଇଛି। କିନ୍ତୁ ଏଠାରେ ଲୁଚା ଛପାରେ ବେପାର ଚାଲିଥିବାରୁ ହୋଟେଲକୁ ସିଲ କରାଯାଇଛି। ତେବେ ବୁଧବାର ବିଳମ୍ବିତ ରାତିରେ ଖବରପାଇ ଏନଫୋର୍ସମେଣ୍ଟ ଟିମ ଏହି ହୋଟେଲ ନିକଟରେ ପହଞ୍ôଚଥିଲା। ଯାଞ୍ଚ କରିବାବେଳେ ହୋଟେଲରେ କିଛି ଲୋକ ବସି ଖାଉଥିବା ଦେଖିବାପରେ ରାତି ୧୦ଟା ୧୫ରେ ଏହାକୁ ସିଲ କରାଯାଇଥିଲା।