ବିଦ୍ୟୁତ ଆଘାତରେ ଯୁବକ ମୃତ

ସଇଁନ୍ତଳା, ଏନ୍ଏନ୍ଏସ୍: ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ଉପରଝର ଗାଁରେ ବିଦ୍ୟୁତ ବୋର୍ଡ ମରାମତି କରୁଥିବା ସମୟରେ କରେଣ୍ଟ ଲାଗି ଜଣେ ନବ ବିବାହିତ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ ହେଉଛନ୍ତି ଚିତ୍ତରଞ୍ଜନ ସାହୁ। ଗତବର୍ଷ ଚିତ୍ତରଞ୍ଜନ ବିବାହ କରିଥିଲେ। ଆଜି ବୋର୍ଡ ସଜାଡୁଥିବାବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଟଳିପଡ଼ିଥିଲେ। ପରିବାରଲୋକେ ଗ୍ରାମବାସୀଙ୍କ ସହାୟତାରେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।