ନୂଆଦିଲ୍ଲୀ,ଏଜେନ୍ସି: ଚଳିତବର୍ଷ ଦେଶରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସିବିଏସଇ ଓ ଆଇସିଏସଇର ଦଶମ ଓ ଦ୍ୱାଦଶ ପରୀକ୍ଷାକୁ ବାତିଲ କରାଯାଇଛି। ପରୀକ୍ଷା ବାତିଲ କରିବା ନେଇ ବୋର୍ଡ ପକ୍ଷରୁ ନିଷ୍ପତ୍ତି ହୋଇ ସୁପ୍ରିମକୋର୍ଟଙ୍କୁ ଅବଗତ କରାଯାଇଛି।
ସୂଚନା ଅନୁସାରେ ପୂର୍ବରୁ ପରୀକ୍ଷାକୁ ନେଇ ଅଭିଭାବକମାନେ ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ଏନେଇ ସିବିଏସଇ କର୍ତ୍ତୃପକ୍ଷ ସୁପ୍ରିମ କୋର୍ଟଙ୍କୁ ଅବଗତ କରାଇଛନ୍ତି। ଜୁଲାଇ ୧ରୁ ୧୫ତାରିଖ ମଧ୍ୟରେ ହେବାକୁ ଥିବା ସମସ୍ତ ପରୀକ୍ଷାକୁ ବାତିଲ କରାଯାଇଛି। ତେବେ କରୋନା କଟକଣା କାରଣରୁ ଏହି ପରୀକ୍ଷା ବାତିଲ କରାଯାଇଥିବା ଜଣାପଡ଼ିଛି। ସେହିପରି ଆଇସିଏସଇ ପରୀକ୍ଷା ମଧ୍ୟ ବାତିଲ କରାଯିବା ପାଇଁ ସଲିସିଟର ଜେନେରାଲ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ତେବେ ସମସ୍ତ ପରୀକ୍ଷା ରେଜଲ୍ଟ ଜୁଲାଇ ୧୫ ସୁଦ୍ଧା ପ୍ରକାଶ କରାଯିବ ବୋଲି ସଲିସିଟର ଜେନେରାଲ କହିଛନ୍ତି।