ଭାରତ-ଚୀନ ସୀମା ବିବାଦ ପରେ ପ୍ରଥମଥର ପାଇଁ ମୁହାଁମୁହିଁ ହେବେ ବିଦେଶ ମନ୍ତ୍ରୀ

ନୂଆଦିଲ୍ଲୀ: ଭାରତ ଓ ଚୀନ ମଧ୍ୟରେ ସୀମା ବିବାଦ ଲାଗି ରହିଛି। ଆଉ ଇତିମଧ୍ୟରେ ପ୍ରଥମଥର ପାଇଁ ଭାରତର ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର ଓ ଚୀନର ବିଦେଶ ମନ୍ତ୍ରୀ ବାଙ୍ଗ ୟୀ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଆସନ୍ତାକାଲି ଦ୍ୱିପ୍ରହର ୧.୩୦ ମିନିଟରେ ଭାରତ ଓ ଚୀନର ବିଦେଶ ମନ୍ତ୍ରୀଙ୍କ ସହ ଋଷର ବିଦେଶ ମନ୍ତ୍ରୀ ସର୍ଜୋୟୀ ଲାବରୋବ ମଧ୍ୟ ଭିଡିଓ କନଫ୍ରେନ୍ସିଂ ଯୋଗେ ଏହି ବୈଠକରେ ସାମିଲ ହେବେ।

ତିନି ଦେଶର ବିଦେଶ ମନ୍ତ୍ରୀ ଏହି ବୈଠକରେ କରୋନା ସଙ୍କୋଟ କାଳରେ ପରସ୍ପରର ସହଯୋଗ କିପରି ବଢ଼ିବ, ବୈଷୟିକ ସୁରକ୍ଷା ଓ ଆର୍ଥିକ ସ୍ଥିରତା ସମ୍ବନ୍ଧୀୟ ପ୍ରସଙ୍ଗରେ ଆଲୋଚନା କରିବାର ସମ୍ଭାବନା ରହିଛି।

ଋଷର ବିଦେଶ ମନ୍ତ୍ରୀ ସର୍ଜୋୟୀ ଲାବରୋବ ଏହି ତ୍ରିପାକ୍ଷିକ ବୈଠକରେ ଆଭିମୁଖ୍ୟ ଗ୍ରହଣ କରିବେ। ଏମିତି ଦେଖାଯାଇପାରେ କି, ଚୀନ ଓ ଭାରତ ମଧ୍ୟରେ ବଢ଼ୁଥିବା ଚିନ୍ତାଜନକ ସ୍ଥିତିକୁ ସମାଧାନ କରିବା ପାଇଁ ଋଷ ଚେଷ୍ଟା ଜାରି ରଖିଛି।

ଅନ୍ୟପଟେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମୋସ୍କୋରେ ହେବାକୁ ଥିବା ବିଜୟ ଦିବସ ପ୍ୟାରେଡରେ ଭାଗ ନେବା ପାଇଁ ଋଷ ଗସ୍ତ କରିଛନ୍ତି। ଚୀନ ଓ ଭାରତ ମଧ୍ୟରେ ଲାଗି ରହିଥିବା ବିବାଦ ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ଏହି ଗସ୍ତ ଭାରତ ପାଇଁ ଶୁଭଙ୍କର ହୋଇପାରେ ବୋଲି ଆଶା କରାଯାଉଛି।