ଭୁବନେଶ୍ୱର,ଏନ୍ଏନ୍ଏସ୍: ଲଦାଖ ଗାଲୱାନରେ ଚୀନ ସେନା ସହ ସଂଘର୍ଷରେ ସହିଦ ହାଇଥିବା ଦୁଇ ଓଡ଼ିଆ ଯବାନଙ୍କ ମରଶରୀର ଗତକାଲି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ଏଥିରେ ରାଜ୍ୟପାଳ ଗଣେଶୀ ଲାଲ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବିଭିନ୍ନ ଦଳର ଜନପ୍ରତିନିଧି ଉପସ୍ଥିତ ରହି ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହା ପରେ ନିଜ ଗାଁକୁ ସହିଦଙ୍କ ମରଶରୀର ନିଆଯାଇଛି।
ଆଜି ବିରାଟ ଶୋଭାଯାତ୍ରାରେ ୨ ପାର୍ଥିବ ଶରୀରକୁ ଅନ୍ତିମ ସଂସ୍କାର ପାଇଁ ନିଆଯାଇଛି। ଏହି ସମୟରେ ରାସ୍ତାର ଉଭୟ ପାଶ୍ୱର୍ରେ ଲୋକେ ଉପସ୍ଥିତ ରହି ସହିଦ ଯବାନଙ୍କୁ ସମ୍ମାନ ଜଣାଇଛନ୍ତି। ଏହା ପରେ ଉଭୟଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗାର୍ଡ ଅଫ ଅନର ପ୍ରଦାନ କରାଯିବ।
ଲଦାଖର ଗାଲୱାନ ଘାଟିରେ ସହିଦ ହାଇଥିଲେ ୨୦ ଭାରତୀୟ ଯବାନ। ଏଥିରେ କନ୍ଧମାଳ ଜିଲ୍ଲା ରାଇକିଆ ବିଅରପାଙ୍ଗା ଗାଁର ଚନ୍ଦ୍ରକାନ୍ତ ପ୍ରଧାନ ଏବଂ ମୟୂରଭଞ୍ଜ ରାଇରଙ୍ଗପୁର ବିଜାତଳା ଗାଁର ସୁବେଦାର ନୁଦୁରାମ ସୋରେନ ସହିଦ ହୋଇ ରାଜ୍ୟର ଗର୍ବ ଓ ଗୌରବ ପାଲଟିଛନ୍ତି।