କୋରାପୁଟରୁ ୬ କରୋନା ପଜିଟିଭ ଚିହ୍ନଟ

କୋରାପୁଟ,ଏନ୍ଏନ୍ଏସ୍: ଆଜି କୋରାପୁଟ ଜିଲ୍ଲାରୁ ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ବୈପାରୀଗୁଡ଼ା ବ୍ଲକ ରାମଗିରିରୁ ୩ ଜଣ, ସୁନାବେଡ଼ା କୋବ୍ରା ବାଟ୍ଟାଲିଅନର ୨ ଜଣ ଓ ସେମିଳିଗୁଡା ବ୍ଲକ୍ ଡୋଳିଆମ୍ବ କ୍ୱାରାନଟାଇନ କେନ୍ଦ୍ରରୁ ଜଣେ ଚିହ୍ନଟ ହୋଇଛନ୍ତି। ଏନେଇ ଜିଲ୍ଲାପାଳ ମଧୁସୂଦନ ମିଶ୍ର ସୂଚନା ଦେଇଛନ୍ତି।

ଏଥିସହିତ ଜିଲ୍ଲାରୁ ମୋଟ ୨୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୬ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ୭ ଜଣ ଚିକିତ୍ସାଧିନ ଥିବା ଜଣାପଡ଼ିଛି।