ଝାରସୁଗୁଡ଼ା,ଏନ୍ଏନ୍ଏସ୍: କରୋନା ସଂକ୍ରମଣକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ମାସ୍କ ବ୍ୟବହାର, ସାମାଜିକ ଦୂରତା ରକ୍ଷା, ସର୍ବ ସାଧାରଣରେ ଛେପ ନପକାଇବା ପାଇଁ ଗାଇଡଲାଇନ ଜାରି କରିଥିବା ବେଳେ ଏହାକୁ ପାଳନ କରିବା ପାଇଁ ବାରମ୍ବାର ସଚେତନ କରାଯାଉଛି। ମାତ୍ର କେତେକ ଅମାନିଆ ଏହି ନିୟମର ଉଲଂଘନ କରିବାକୁ ପଛାଉ ନାହାନ୍ତି। ଏମାନଙ୍କୁ ସାବାଡ କରିବା ପାଇଁ ପୁଲିସ ଲକଡାଉନ ଆରମ୍ଭରୁ ଫାଇନ ଆଦାୟ କରୁଛି। ଏଥିସହିତ ବର୍ତ୍ତମାନ ସୁଦ୍ଧା ଲକଡାଉନ କଟକଣା ଉଲଂଘନ କରିଥିବା ଲୋକଙ୍କଠାରୁ ପ୍ରାୟ ୨୭ ଲକ୍ଷ ଟଙ୍କା ଫାଇନ ଆଦାୟ କରାଯାଇଥିବା ଜିଲ୍ଲା ଆରକ୍ଷୀ ଅଧିକାରୀ ରାହୁଲ ପିଆର ସୂଚନା ଦେଇଛନ୍ତି।
