ରାଇକିଆ/ଇନ୍ଦ୍ରଗଡ,ଏନ୍ଏନ୍ଏସ୍ : ଲକଡାଉନ୍ ଯୋଗୁଁ ସମଗ୍ର ଜିଲ୍ଲାରେ ସାଧାରଣ ଜୀବନ ଯାତ୍ରୀରେ ନାହିଁ ନଥିବା ବ୍ୟାଘାତ ଉପୁଜିଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ରିଜର୍ଭ ବ୍ୟାଙ୍କ ପକ୍ଷରୁ ସରକାରୀ ଓ ବେସରକାରୀ ସମସ୍ତ ଫାଇନାନ୍ସ କମ୍ପାନୀମାନେ ପ୍ରତ୍ୟେକ ମାସରେ ଯେଉଁ ଇ.ଏମ.ଆଇ ଆଦାୟ କରୁଛନ୍ତି ତାହା ଆସନ୍ତା ଅଗଷ୍ଟମାସ ପର୍ଯ୍ୟନ୍ତ ମାସିକ ସୂତ୍ରରୁ ହେଉ କିମ୍ବା ଅନ୍ର ସୂତ୍ରରେ ଆଦାୟ ନକରିବା ପାଇଁ କଡ଼ା ନିର୍ଦ୍ଦେଶନାମ ଜାରି କରିଥିଲେ ମଧ୍ୟ କନ୍ଧମାଳ ଜିଲ୍ଲାରେ ଏହି ନିର୍ଦ୍ଦେଶନାମାକୁ ବିଶେଷ କରି ବେସରକାରୀ ଫାଇନାନ୍ସ କମ୍ପାନୀମାନେ ଖୋଲାଖୋଲି ଉଲଘଂନ କରିବା ସହିତ ଲୋକ ନେଇଥିବା ମହିଳାସଂଘ ହେଉ କିମ୍ବା ବ୍ୟକ୍ତିଗତମାନଙ୍କ ଠାରୁ ବିଭିନ୍ନ ଚାପ ପକାଇ ଟଙ୍କା ଆଦାୟ କରୁଥିବା ଅଭିଯୋଗ ହୋଇଛି।
ସାଧାରଣ ଜନତା ବର୍ତ୍ତମାନ ଆର୍ଥକ ବୋଝରେ ଥିବାବେଳେ ଏହି ଚାପରେ ସେମାନେ ଏକ ପ୍ରକାର ମଧ୍ୟ ଭୟଭିତ ହୋଇ ପଡ଼ିଛନ୍ତି । ଏହାର ପ୍ରତିବାଦରେ ଆଜି ରାଇକିଆ ବ୍ଳକ ଅନ୍ତର୍ଗତ ବଡ଼ବାରବା ଠାରେ ଶହ ଶହ ମହିଳା ଏକଜୁଟ୍ ହୋଇ ଏକ ବୈଠକ କରିବା ସହିତ ସେମାନେ କୌଣସି ପ୍ରକାର କିସ୍ତି ନବାନ୍ଧିବା ପାଇଁ ନିଷ୍ପତି ନେଇଛନ୍ତି। ଯଦି କମ୍ପାନି କର୍ମଚାରୀମାନେ ବାରମ୍ବାର ବାଧ୍ୟ କରନ୍ତି ତାହାହେଲେ ସେମାନେ ଏନେଇ ପ୍ରଶାସନକୁ ଅବଗତ କରିବା ପାଇଁ ନିଷ୍ପତି ନେଇଛନ୍ତି। ସେହିଭଳି ରଣବା, ଇନ୍ଦ୍ରଗଡ ଆଦି ପଂଚାୟତର ହିତାଧିକାରୀମାନେ ଏକଜୁଟ୍ ହୋଇ ନିଷ୍ପତି ନେଇଥିବା ବେଳେ ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ ସେମାନେ ତାଙ୍କର କିସ୍ତି ପ୍ରଦାନ କରିବେ ବୋଲି ମଧ୍ୟ ନିଷ୍ପତି ନେଇଛନ୍ତି ।