ନୂଆଦିଲ୍ଲୀ,ଏଜେନ୍ସି: ଉତ୍ତରପ୍ରଦେଶ ଅନ୍ତର୍ଗତ ଗ୍ରେଟର ନୋଇଡାରେ ବାସ କରୁଥିବା ଜଣେ ନାଇଜେରିଆ ନାଗରିକଙ୍କୁ ନିଜ ତିନି ବର୍ଷୀୟା ଶିଶୁକନ୍ୟାକୁ ହତ୍ୟା କରିଥିବା ଅଭିଯୋଗରେ ଗିରଫ କରାଯାଇଛି। ଅଭିଯୁକ୍ତ ଜଣକ ସୋମବାର ନିଜ ଶିଶୁକନ୍ୟାକୁ ଫ୍ଲାଟର ଦ୍ୱିତୀୟ ମହଲାରୁ ଫିଙ୍ଗି ଦେବା ଫଳରେ ଶିଶୁଟିର ମୃତ୍ୟୁ ହୋଇଥିଲା। ଏନେଇ ଅଭିଯୁକ୍ତର ପତ୍ନୀ ସ୍ଥାନୀୟ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଥିଲା। ତେବେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେବା ପରେ ସ୍ୱାମୀ(ଅଭିଯୁକ୍ତ) ଜଣକ ଶିଶୁକନ୍ୟାକୁ ଦ୍ୱିତୀୟ ମହଲାରୁ ଫିଙ୍ଗି ଦେଇ ହତ୍ୟା କରିଥିଲେ। ସୂଚନାଯୋଗ୍ୟ, ଅଭିଯୁକ୍ତ ଜଣକ ହେଉଛି ନାଇଜେରିଆର ଓଜିଓନା ଡେଲକାନ୍ ଅଞ୍ଚଳର ବାସିନ୍ଦା।