ରାୟଗଡ଼ା, ଏନ୍ଏନ୍ଏସ୍ : ଗୁଣିଗାରେଡି ସନ୍ଦେହରେ କକା ଓ ଶ୍ୱଶୁରକୁ ହତ୍ୟା। ଏଭଳି ଅଭାବବୀୟ ଘଟଣା ଘଟିଛି ରାୟଗଡା ଜିଲ୍ଳା ଶେଷଖାଲ ଥାନା ବଡ କୋଷାପାଡୁ ଗ୍ରାମରେ। ଏହି ଗ୍ରାମର ପ୍ରେମ କୁମାର ମାଣ୍ଡାଙ୍ଗି ନାମକ ଜନୈକ ବ୍ୟକ୍ତି ଗୁଣିଗାରେଡି କରିଥିବା ସନ୍ଦେହରେ ତାଙ୍କ କକା ଯଦୁମଣି ମାଣ୍ଡାଙ୍ଗୀ ଓ ଶ୍ୱଶୁର ପଲି ମାଣ୍ଡାଙ୍ଗିଙ୍କୁ ହତ୍ୟା କରିଛି । ଆଜି ଅପରାହ୍ନରେ ଅଭିଯୁକ୍ତ ପ୍ରେମ କୁମାରର ଝିଅର ଦେହ ଖରାପ ଥିବାରୁ ଯଦୁମଣି ନିକଟକୁ ଔଷଧ ମାଗିବାକୁ ଯାଇଥିଲା। ହେଲେ ଯଦୁମଣି ତାକୁ ମନା କରିଦେଇଥିଲା।
ଏହାପରେ ଉଭୟଙ୍କ ମଧ୍ୟରେ ଏହାକୁ ନେଇ ବଚସା ହେବା ପରେ ପ୍ରେମକୁମାର ଯଦୁମଣି ଓ ପଲି ମାଣ୍ଡାଙ୍ଗି ମିଶି ଝିଅକୁ ଗୁଣିଗାରେଡି କରିଛ ଭାବି ଉତ୍ୟକ୍ତ ହୋଇ ଏକ ଧାରୁଆ ଛୁରୀରେ ପ୍ରଥମେ ଯଦୁମଣିକୁ ଆକ୍ରମଣ କରିଥିଲା ସେ ଛୁରୀରେ ଯଦୁମଣିର ଛାତି ପେଟକୁ ଆଘାତ କରିବା ଯୋଗୁଁ ପ୍ରବଳ ରକ୍ତସ୍ରାବ ଘଟି ଘଟଣା ସ୍ଥଳରେ ମୃତ୍ରୁ ଘଟିଥିଲା। ଏହାପରେ ଉତ୍ୟକ୍ତ ପ୍ରେମକୁମାର ସେଠାରୁ ପ୍ରାୟ ଅଧକିଲୋମିଟର ପାହାଡ ପାଖରେ ରହୁଥିବା ତା’ର ଶ୍ୱଶୁର ପଲି ତାଡିଙ୍ଗି ନିକଟକୁ ଯାଇଥିଲା। ସେତେବେଳେ ପଲି ତାଡିଙ୍ଗି କମାର କାମ କରୁଥିବା ବେଳେ ଏକ ଟାଙ୍ଗିଆ ଆଣି ତାର ବେକ ଛାତିରେ ଚୋଟ ଚୋଟ ମାରିଥିଲା। ଫଳରେ ସେଠାରେ ହିଁ ପଲି ତାଡିଙ୍ଗିର ମୃତ୍ରୁ ଘଟିଛି।
ଘଟଣା ଘଟାଇ ଅଭିଯୁକ୍ତ ଗାଁ’ରେ ବୁଲୁଥିବା ବେଳେ ଗ୍ରାମବାସୀ ଧରି ପୋଲିସ ଜିମା ଦେଇଛନ୍ତି। ଖବର ପାଇ ଶେଷକାଲ ପୋଲିସ୍ ଘଟଣା ସ୍ଥଳରେ ପହଂଚି ଅଭିଯୁକ୍ତକୁ ଅଟକ ରଖିବା ସାଙ୍ଗକୁ ମୃତଦେହ ଜବତ କରି ଡବଲ ମର୍ଡର ଘଟଣାର ତଦନ୍ତ ଆରମ୍ଭ କରିଛି । ଗୁଣିଗାରେଡିକୁ ନେଇ ଘଟଣା ଘଟିଥିବା ଗ୍ରାମବାସୀ ସନ୍ଦେହ କରୁଥିବାବେଳେ ଅଭିଯୁକ୍ତ ପ୍ରେମକୁମାର ମଧ୍ୟ ଏହାକୁ ସ୍ୱିକାର କରିଛି । ତେବେ ଏନେଇ ପୋଲିସର ପ୍ରତିକ୍ରିୟା ମିଳିପାରି ନାହିଁ ।