ଯୋଡା/କେନ୍ଦୁଝର,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଯୋଡା ଫରେଷ୍ଟ ଡିଭିଜନ ଅନ୍ତର୍ଗତ ବୈତରଣୀ(ଖ) ରିଜର୍ଭ ଫରେଷ୍ଟ ଗୁରୁବେଡା ଜଙ୍ଗଲ ମଧ୍ୟରୁ ଦୁଇଟି ହାତୀର ମୃତଦେହ ଯୋଡା ବନବିଭାଗ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଥିବା ଖବର ହସ୍ତଗତ ହୋଇଛି।
ଗୁରୁବେଡାଠାରେ ଗୋଟିଏ ମାଈ ହାତୀ ଓ ଅନ୍ୟଟି ଦନ୍ତାହାତୀର ମୃତଦେହ ପଡିଥିବା ଖବରପାଇ କିଛି ଗଣମାଧ୍ୟମ ପ୍ରତିନିଧି ଏ ସମ୍ପର୍କରେ ଚମ୍ପୁଆ ରେଞ୍ଜରଙ୍କୁ ଅବଗତ କରାଇବା ପରେ ଘଟଣାସ୍ଥଳରେ ରେଞ୍ଜରଙ୍କ ସମେତ ଯୋଡା ବନପାଳ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ମୃତ ମାଈ ହାତୀର ବୟସ ପ୍ରାୟ ୨୦ ବର୍ଷ ହୋଇଥିବା ବେଳେ ଦନ୍ତାହାତୀର ବୟସ ୨୨ ବୋଲି ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
