ବିଶ୍ୱ ରକ୍ତଦାତା ଦିବସ ଅବସରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

ବରଗଡ,ଏନ୍ଏନ୍ଏସ୍: ଲାୟନ୍ସ କ୍ଲବ ତରଫରୁ ବିଶ୍ୱ ରକ୍ତଦାତା ଦିବସ ଅବସରରେ ବରଗଡ଼ ସାଇ ମଲ୍ଟି ସ୍ପେସିଆଲିଷ୍ଟ ହସପିଟାଲଠାରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।

ଏହି ଶିବିରରେ ୩୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଶିବିରକୁ ଲାୟନ୍ସ କ୍ଲବର ସଭାପତି ଡି ମୁରଲୀ କ୍ରିଷ୍ଣା ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ସୁଶାନ୍ତ ତ୍ରିପାଠୀ, ପୂର୍ବତନ ସଭାପତି ନବୀନ ଲାଠ, ପ୍ରୋଜେକ୍ଟ ଚେୟାରମେନ ମନୋଜ ମହାପାତ୍ର, ଅମରଜିତ ସିଂ, କ୍ରିଷ୍ଣା ନାକୁଲା , ରାମୁ ଦେଓସରିଆ, ଜୟନ୍ତି ବେହେରା, ମୌସୁମୀ ନାକୁଲା ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।