ସ୍ପେନ ଓ ବ୍ରିଟେନକୁ ଅତିକ୍ରମ କରି କରୋନା ତାଲିକାର ୪ର୍ଥ ସ୍ଥାନରେ ପହଞ୍ଚିଲା ଭାରତ

ନୂଆଦିଲ୍ଲୀ,ଏଜେନ୍ସି: କରୋନା ଭାଇରସ ସଂକ୍ରମଣରେ ସ୍ପେନ ଓ ବ୍ରିଟେନକୁ ଅତିକ୍ରମ କରି ୪ର୍ଥ ସ୍ଥାନରେ ପହଞ୍ଚିଛି ଭାରତ। ଭାରତରେ ଗୁରୁବାର ସନ୍ଧ୍ୟାଯାଏଁ ୯ ହଜାର ୮୬୬ଟି ନୂଆ କେସ ଆସିଥିଲା। ଫଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୯୭ ହଜାର ୧ରେ ପହଂଚିଥିଲା। ଏହି ଆଧାରରେ ସ୍ପେନ ଓ ବ୍ରିଟେନକୁ ଭାରତ ଅତିକ୍ରମ କରିଥିଲା। ସ୍ପେନରେ ଏଯାଏଁ କରୋନା ସଂକ୍ରମିତ ସଂଖ୍ୟା ୨ ଲକ୍ଷ ୮୯ ହଜାର ୭୮୭ ହୋଇଥିବା ବେଳେ ବ୍ରିଟେନରେ ଏହି ସଂଖ୍ୟା ୨ ଲକ୍ଷ ୯୧ ହଜାର ୪୦୯ ଜଣ।

ଜାତୀୟ ଗଣମାଧ୍ୟମକୁ ହାସଲ ହୋଇଥିବା ତଥ୍ୟ ଅନୁସାରେ କରୋନା ଭାଇରସ ମାମଲାରେ ଭାରତ ଉପରେ ରହିଛନ୍ତି ଆମେରିକା, ବ୍ରାଜିଲ ଓ ଋଷିଆ। ଆମେରିକାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦ ଲକ୍ଷ ୮୯ ହଜାର ୬୯୮, ବ୍ରାଜିଲରେ ୮ ଲକ୍ଷ ୫ ହଜାର ୬୪୯ ଓ ଋଷିଆରେ ଏହି ସଂଖ୍ୟା ୫ ଲକ୍ଷ ୨ ହଜାର ୪୩୬ ଜଣ। ଏହି ଦେଶଗୁଡ଼ିକରେ ଗୁରୁବାର ସନ୍ଧ୍ୟା ଯାଏଁ ଭାରତ ପରେ ସର୍ବାଧିକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଋଷିଆରେ ୮୭୭୯, ଆମରିକାରେ ୪୫୬୦, ବ୍ରିଟେନରେ ୧୨୬୬ ଓ ବ୍ରାଜିଲରେ ୩୯୭ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ତେବେ ଗୋଟିଏ କଥା ହେଲା ଯେ, ଭାରତରେ ବିଶ୍ୱର ଅନ୍ୟ ଦେଶ ତୁଳନାରେ ଲେକସଂଖ୍ୟା ଅଧିକ।