ବଜ୍ରଘାତରେ ୯ଗୋରୁ ଗାଈଙ୍କ ମୃତ୍ୟୁ

ସଇଁନ୍ତଳା,ଏନ୍ଏନ୍ଏସ୍ : ଅଦିନିଆ ବର୍ଷା ସାଜିଲା କାଳ ଯମ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ସଇଁନ୍ତଳା ଗଣ୍ଡପତ୍ରାପାଳି ପଞ୍ଚାୟତ ବଡ଼ମାଲ ମନ୍ଦିର ଖେଳପଡ଼ିଆ ଠାରେ। ଗାଈଗୋରୁ ନିଜ ଭୋକ ମେଣ୍ଟାଇବା ପାଇଁ ପଡିଆକୁ ଚଳିବା ପାଇଁ ଆସିଥିଲେ । ହେଲେ କଳା ସାଜିଲା ଅଦିନିଆ ବର୍ଷା। ବଜ୍ର ଘାତରେ ୯ଜଣ ଗାଈଗୋରୁଙ୍କ ମୃତ୍ୟୁ ହୋଇଛି। ତେବେ ପ୍ରଶାସନ ପକ୍ଷରୁ ସହାୟତା ଯୋଗାଇଦେବାକୁ ଦାବି ହେଉଛି।