ନୟାଗଡ଼,ଏନ୍ଏନ୍ଏସ୍: ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକର ଗିରିପୁଜା ଜଙ୍ଗଲରେ ଏସଟିଏଫ୍ ଚଢ଼ଉ କରି ବାଘ ଛାଲ, ହରିଣ ଛାଲ ଜବତ କରିବା ସହିତ ୨ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଦଶପଲ୍ଲା ବ୍ଲକର ସକିନ ଗ୍ରାମର ପ୍ରତାପ କୁମାର ନାୟକ ଓ ଦଶପଲ୍ଲା ବ୍ଲକ୍ ଦେଢ଼ଶୁରା ଗ୍ରାମର କିଶୋର ଚନ୍ଦ୍ର ଦେହୁରୀ। ଏହି ଚଢ଼ଉରେ ଦୁଇଟି ବାଛ ଛାଲ ଓ ଦୁଇଟି ହରିଣ ଛାଲ ସମେତ ଅପରାଧ ଭିତ୍ତିକ ସାମଗ୍ରୀ ଜବତ ହୋଇଛି।
