କରୋନାମୁକ୍ତ ହେଲା ନବରଙ୍ଗପୁର

ନବରଙ୍ଗପୁର,ଏନ୍ଏନ୍ଏସ୍:ନବରଙ୍ଗପୁରରୁ ଆଜି ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିସହ ନବରଙ୍ଗପୁର କରୋନାମୁକ୍ତ ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ନବରଙ୍ଗପୁରରୁ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ପୂର୍ବରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇଥିଲେ। ଆଉ ଆଜି ଜଣେ ସୁସ୍ଥ ହେବାପରେ ଜିଲ୍ଲା କରୋନାମୁକ୍ତ ହୋଇଛି। ଏନେଇ ରାଜ୍ୟ ସ୍ୱାସ୍ଥ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ସୁସ୍ଥ ହୋଇଥିବା ଆକ୍ରାନ୍ତ ଜଣକ ଚନ୍ଦାହାଣ୍ଡି ବ୍ଲକର ଟଏମସିରୁ ଚିହ୍ନଟ ହେବାପରେ ଭୁବନେଶ୍ୱର କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।