ଲୋକଙ୍କୁ ମାକ୍ସ ବାଣ୍ଟିଲେ ଥାନା ଅଧିକାରୀ

ପାଟଣା,ଏନ୍ଏନ୍ଏସ୍ : କରୋନା ମହାମାରୀ ସଂକ୍ରମଣ ରୋକିବା ପାଇଁ ସରକାର ମାକ୍ସ ପିନ୍ଧିବା ଜରୁରୀ ଘୋଷଣା କରିବା ପରେ ବି କିଛି ଅମାନିଆ ଏହାକୁ ମାନୁ ନାହାନ୍ତି । ଏ ଭଳି ଏକ ଘଟଣା ଆଜି କେନ୍ଦେଇପଶି ବଜାରରେ ଦେଖିବାକୁ ମିଳିଥିଲା। ବ୍ୟାଙ୍କକୁ ଆସିଥିବା କିଛି ଲୋକ ମାକ୍ସ ପିନ୍ଧିନଥିଲେ। ତୁରୁମୁଙ୍ଗା ଥାନା ଅଧିକାରୀ ବରେନ୍ଦ୍ର ଶିଆଳ ଅମାନିଆଙ୍କୁ ତାଗିଦ କରିବା ସହିତ ମହାନତା ଦେଖାଇ ମାକ୍ସ କିଣି ବଣ୍ଟନ କରିଛନ୍ତି । ବିଭିନ୍ନ ଅଞ୍ଚଳରେ ଜରିମାନା ଆଦାୟ ହେଉଥିବା ବେଳେ ପୋଲିସ ଜରିମାନା ଆଦାୟ କରୁଛି କିନ୍ତୁ ତୁରୁମୁଙ୍ଗା ଥାନା ଅଧିକାରୀ ନିଜ ପଇସାରେ ଲୋକଙ୍କୁ ମାକ୍ସ କିଣି ଲୋକଙ୍କୁ ବଣ୍ଟନ କରିଥିଲେ । ଥାନା ଅଧିକାରୀଙ୍କ ଏପରି କାର୍ଯ୍ୟକୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି।