ସଂଗରୋଧ କେନ୍ଦ୍ରରେ ପ୍ରବାସୀଙ୍କୁ ସମ୍ବର୍ଦ୍ଧିତ କଲେ ସରପଞ୍ଚ

ରାମନାଗୁଡା,ଏନ୍ଏନ୍ଏସ୍ : ରାୟଗଡା ଜିଲ୍ଲା ରାମନାଗୁଡା ବ୍ଳକ ଗୁଲୁଣ୍ଠି ପଞ୍ଚାୟତ ମହିପଙ୍ଗା ଗ୍ରାମରେ ଥିବା ଅସ୍ତାୟୀ ସ୍ୱାସ୍ଥ୍ୟ ଶିବିରରେ ଥିବା ସଂଗରୋଧ କେନ୍ଦ୍ର ଏକ ନିଆରା ଘଟଣା ଦେଖିବାକୁ ମିଳିଛି । ଗୁଲୁଣ୍ଠି ସରପଞ୍ଚ ସୁଶିଳା ନିମାଲାଙ୍କ ସେବା ଓ ତ୍ୟାଗ ଅଳ୍ପଦିନ ରହଣି ମଧ୍ୟରେ ପ୍ରବାସୀଙ୍କ ସହ ସୁ-ସମ୍ପର୍କକୁ ନେଇ ପ୍ରବାସୀମାନଙ୍କ ତରଫରୁ ସଂଗରୋଧ କେନ୍ଦ୍ର ପରିସରରେ ସରପଞ୍ଚ ଓ ବ୍ଳକ ପ୍ରଶାସନ ଏବଂ ସେହି ସଂଗରୋଧ କେନ୍ଦ୍ରରେ ସହଯୋଗ କରିଥିବା ସମସ୍ତ କର୍ମଚାରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ତେବେ ପ୍ରବାସୀଙ୍କ କ୍ୱାରଣ୍ଟାଇନ ଅବଧି ସରିବା ପରେ ପ୍ରବାସୀମାନେ ନିଜ ନିଜ ଘରକୁ ଫେରିବା ବେଳେ ପ୍ରବାସୀଙ୍କୁ ସରପଞ୍ଚ ସୁଶିଳା ନିମାଲା ଫୁଲ ପକାଇ ସମ୍ବର୍ଦ୍ଧନା କରିଥିବା ଜଣାପଡିଛି। ଏହି ସମୟରେ ରାମନାଗୁଡା ବିଡ଼ିଓ ବେଣୁଧର ଶବରଙ୍କ ସହ ଅସ୍ତାୟୀ ସ୍ୱାସ୍ଥ୍ୟ ଶିବିର ଦାୟିତ୍ୱରେ ଥିବା କର୍ମଚାରୀମାନେ ଉପସ୍ଥିତ ଥିଲେ।