ଫିରିଙ୍ଗିଆ ବ୍ଲକରେ ସଙ୍ଗରୋଧ କକ୍ଷ ଛାଡିଲେ ୧୩୪ ପ୍ରବାସୀ ଓଡିଆ

ଫିରିଙ୍ଗିଆ,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକରୁ ଶୁକ୍ରବାର ୧୩୪ ଜଣ ପ୍ରବାସୀ ଓଡ଼ିଆ ନିଜନିଜ ଗ୍ରାମକୁ ଫେରିଛନ୍ତି। ବ୍ଲକର ବନ୍ଧଗଡ଼ ପଞ୍ଚାୟତ ଅନ୍ତର୍ଗତ ଦିଆଭଞ୍ଜ ଉଚ୍ଚ ବିଦ୍ୟାଳୟରେ ରହୁଥିବା ୬୮ ଜଣ ଓ ନେଡିପଦର ଠାରେ କରାଯାଇଥିବା ସଂଗରୋଧରେ ରହୁଥିବା ୬୬ ଜଣ ପ୍ରବାସୀ ଓଡିଆ ସଂଗରୋଧ କେନ୍ଦ୍ର ଛାଡି ନିଜ ନିଜ ଗାଁ’କୁ ଫେରିଛନ୍ତି। ଏମାନଙ୍କ ପାଇଁ ଫିରିଙ୍ଗିଆ ବ୍ଲକ୍ ପ୍ରଶାସନ ତରଫରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା।

ଫିରିଙ୍ଗିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମିରଞ୍ଜନ ମହନ୍ତଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ପ୍ରବାସୀମାନେ ଫେରିଥିବା ବେଳେ ଏମାନଙ୍କ ପାଇଁ ସ୍ୱତନ୍ତ୍ର ବସର ବ୍ୟବସ୍ଥା କରାଯାଇଛି। ପ୍ରବାସୀମାନଙ୍କୁ କେନ୍ଦ୍ର ଦାୟିତ୍ୱରେ ଥିବା ନୋଡ଼ାଲ ଅଧିକାରୀ ଓ ଅନ୍ୟାମାନେ ମିଠା ଖୁଆଇ ବିଦାୟ ଦେଇଥିଲେ। ପୁଲିସ ତରଫରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ସହ ଫିରିଙ୍ଗିଆ ଥାନା ଅଧିକାରୀ ପି ଶ୍ୟାମ ସୁନ୍ଦର ରାଓ ଉପସ୍ଥିତ ଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଫିରିଙ୍ଗିଆ ସରପଞ୍ଚ ବିଶ୍ୱରଞ୍ଜନ କହଁର, କାର୍ଯ୍ୟନିର୍ବାହୀ ଅଧିକାରୀ ଚିତ୍ତରଞ୍ଜନ ଦିଗାଳ, ଜିଆରଏସ ଗୌରଚନ୍ଦ୍ର କହଁର, ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ସ୍ମିତାରାଣୀ ସ୍ୱାଇଁ, ଜଗନ୍ନାଥ ରଣା, ବନ୍ଧଗଡ ଯୋଗାଣ ସହାୟକ ସୁରଥ ଭୁକ୍ତା, ପିଇଓ କୈଳାଶ ଚନ୍ଦ୍ର ପାଢୀ, ଆଶାକର୍ମୀ, ସ୍ୱାସ୍ଥ୍ୟ କର୍ମୀ, ଅଙ୍ଗନବାଡି କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ। ଏମାନଙ୍କ ଯିବା ସମୟରେ ଫିରିଙ୍ଗିଆ ବ୍ଲକ ପ୍ରଶାସନ ତରଫରୁ ପ୍ରମାଣ ପତ୍ର ସହ ରାଜ୍ୟ ସରକାରଙ୍କ ଘୋଷଣା ନାମା ଅନୁସାରେ ସରକାରୀ ଅର୍ଥ ପ୍ରଦାନ କରାଯାଇଛି।