କୋଭିଡ୍ କିଟ କିଣିବା ଘଟଣାରେ ପର୍ଚେଜ କମିଟି ମୁଖ୍ୟ ପଦରୁ ହଟିଲେ ହେମନ୍ତ ଶର୍ମା

ଭୁବନେଶ୍ୱର,ଏନ୍ଏନ୍ଏସ୍: ପର୍ଚେଜ କମିଟି ମୁଖ୍ୟ ପଦରୁ ହଟିଲେ ହେମନ୍ତ ଶର୍ମା। କୋଭିଡ କିଟ୍ କେଳେଙ୍କାରୀ ନେଇ ଗଣମାଧ୍ୟମରେ ବାରମ୍ୱାର ଖବର ପ୍ରସାରଣ ପରେ ଚେତିଲେ ରାଜ୍ୟସରକାର। ପର୍ଚେଜ୍ କମିଟି ମୁଖ୍ୟ ପଦରୁ ଆଇଏଏସ୍ ହେମନ୍ତ ଶର୍ମାଙ୍କୁ ଅବ୍ୟାହତି।

କିଛି ଦିନ ପୂର୍ବେ ଅନ୍ୟ ରାଜ୍ୟରୁ ଆସିଥିବା କରୋନା ମୁକାବିଲା ସାମଗ୍ରୀ ଗ୍ରହଣ ନକରିବାରୁ ବିବାଦ ହୋଇଥିଲା। ମାସ୍କ, ପିପିଇ କିଟ୍, ଭେଣ୍ଟିଲେଟର କିଣାରେ ମଧ୍ୟ ଅନିୟମିତତା ହୋଇଥିବା ନେଇ ଜଣାପଡିଥିଲା। ଏକା ପ୍ରକାରର ଜିନିଷକୁ ବିଭିନ୍ନ ଦରରେ ବିଭିନ୍ନ ଫାର୍ମରୁ କିଣା ଯାଇଥିଲା। ଏପରିକି ବଜାର ଦର ଠାରୁ ଅଧିକ ମୂଲ୍ୟରେ କିଣା ଯାଇଥିବା ନେଇ ସାଘାତିକ ଅଭିଯୋଗ ହୋଇଥିଲା। ମାମଲା ଦିନକୁ ଦିନ ବଢୁଥିବା ଦେଖି ରାଜ୍ୟସରକାରଙ୍କ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।