୧୫ ଦିନ ଭିତରେ ପ୍ରବାସୀଙ୍କୁ ନିଜ ରାଜ୍ୟକୁ ପଠାଇବା ପାଇଁ ସୁପ୍ରିମକୋର୍ଟର ନିର୍ଦ୍ଦେଶ

ନୂଆଦିଲ୍ଲୀ,ଏଜେନ୍ସି: ରାଜ୍ୟ ସ୍ତରୀୟ ଲକଡାଉନ ସମୟରେ ପ୍ରବାସୀ ଶ୍ରମିକଙ୍କୁ ନିଜ ରାଜ୍ୟକୁ ପଠାଇବା ପାଇଁ ସୁପ୍ରିମକୋର୍ଟ ପକ୍ଷରୁ ୧୫ ଦିନର ସମୟ ଦିଆଯାଇଛି। ଏହି ସମୟ ଅବଧିରେ ଶ୍ରମିକଙ୍କୁ ନିଜ ରାଜ୍ୟକୁ ଫେରାଇନେବା ସହିତ ରାଜ୍ୟମାନଙ୍କୁ ଫେରୁଥିବା ପ୍ରବାସୀଙ୍କ ପାଇଁ ନିଜ ରାଜ୍ୟରେ ରୋଜଗାର ବନ୍ଦୋବସ୍ତ କରିବା ପାଇଁ ସୁପ୍ରିମକୋର୍ଟ ପକ୍ଷରୁ କୁହାଯାଇଛି। ଏ ନେଇ ଶ୍ରମିକମାନେ ଏହି ୧୫ ଦିନ ଭିତରେ ଏହି ପରିପ୍ରେକ୍ଷୀରେ ସାରା ଦେଶରେ ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ଘରକୁ ପଠାଇବା ପାଇଁ ଜୁନ୍ ୩ ପର୍ଯ୍ୟନ୍ତ ୪୨୦୦ରୁ ଅଧିକ ଟ୍ରେନ ଚାଲୁଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ଏଥିସହିତ କେନ୍ଦ୍ର ପକ୍ଷରୁ ସର୍ବୋଚ୍ଚ ନ୍ୟାୟାଳୟକୁ ସୂଚନା ଦିଆଯାଇଛି ଯେ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରୁଥିବା ଶ୍ରମିକଙ୍କ ମୃତ୍ୟୁ ଘଟଣାର ତଦନ୍ତ କରାଯିବା ପରେ ଜଣାପଡ଼ିଛି ଯେ ସେମାନଙ୍କର ପୂର୍ବରୁ ସ୍ୱାସ୍ଥ୍ୟ ଅବସ୍ଥା ଖରାପଥିଲା। ଖାଦ୍ୟ, ଜଳ କିମ୍ବା ଔଷଧ ଅଭାବରୁ କାହାରି ମୃତ୍ୟୁ ହୋଇନଥିବା କୁହାଯାଇଛି। ତେବେ କରୋନା ମହାମାରୀ ସଂକ୍ରମଣ ରୋକିବା ନେଇ ମାର୍ଚ୍ଚ ୨୫ରୁ ସାରା ଦେଶରେ ଲକଡାଉନ ହୋଇଥିବା ବେଳେ ଅନେକ ଅଫିସ ଓ କାରଖାନା ବନ୍ଦ ରହିଥିଲା। ଲୋକମାନେ ବେରୋଜଗାର ହେବା ସହିତ ଅର୍ଥ ଅଭାବରେ ଭୋକିଲା ରହିଥିଲେ। ଫଳରେ ଲୋକମାନେ ଘରକୁ ଫେରିବା ପାଇଁ ବିଭିନ୍ନ ପନ୍ଥା ଆପଣାଇଥିବା କୁହାଯାଇଛି।