ମାସ୍କ ପିନ୍ଧିନଥିବାରୁ ନିର୍ଦ୍ଧୁମ ଛେଚିଲା ପୁଲିସ

ନୂଆଦିଲ୍ଲୀ: ରାଜସ୍ଥାନ ଜୋଧପୁରର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଉକ୍ତ ଭିଡିଓରେ ପୁଲିସ କନେଷ୍ଟବଳ ଜଣେ ବ୍ୟକ୍ତିକୁ ତଳେ ପକାଇ ନିର୍ଦ୍ଧୁମ ମାଡ଼ ମାରିବା ସହ ତା’ ବେକ ଉପରେ ଠିଆ ହୋଇଯାଇଥିବା ଦେଖିବାକୁ ମିଳିଛି। ସେଠାରେ ପୁଲିସ ପୋଷାକରେ ନଥିବା ଆଉ ଜଣେ ବ୍ୟକ୍ତି ତଳେ ପଡ଼ିଥିବା ଲୋକର ଗୋଡକୁ ଧରିଛନ୍ତି।

ଏହି ଘଟଣାଟି ଦେବନଗର ପୁଲିସ ଥାନା ଅଂଚଳର ବୋଲି କୁହାଯାଉଛି। ଲୋକଟି ମାସ୍କ ପିନ୍ଧିନଥିବା ଯୋଗୁ ତା’ ସହିତ ପୁଲିସ ଏପରି ବ୍ୟବହାର ପ୍ରଦର୍ଶନ କରିଥିଲା। ସୋସିଆଲ ମିଡିଆରେ ଭିଡିଓଟି ଭାଇରାଲ ହେବା ପରେ ସଫେଇ ଦେବାକୁ ଯାଇ ଯୋଧପୁର ଡିସିପି ପ୍ରୀତି ଚନ୍ଦ୍ରା କହିଛନ୍ତି କି, ବ୍ୟକ୍ତିକୁ ଧରିବା ପରେ ସେ ପୁଲିସକୁ ଆକ୍ରମଣ କରିଥିଲା। ଆଉ ଆତ୍ମରକ୍ଷା ପାଇଁ ପୁଲିସକୁ ଏପରି କରିବାକୁ ପଡ଼ିଥିଲା।

ଡିସିପିଙ୍କ କହିବା ମୁତାବକ, ବ୍ୟକ୍ତି ଜଣକ ମାସ୍କ ପିନ୍ଧିନଥିବାରୁ କନେଷ୍ଟବଳ ତା’ର ଫଟୋ ଉଠାଇଥିଲେ। ସମ୍ପୃକ୍ତ ବ୍ୟକ୍ତି କାହିଁକି ମାସ୍କ ପିନ୍ଧି ନାହାନ୍ତି ବୋଲି କନେଷ୍ଟବଳ ପଚାରିବାରୁ ସେ ଆଖି ଫୁଟେଇ ଦେବ ବୋଲି ଧମକ ଦେଇଥିଲା। ପରେ ପୁଲିସ ଉକ୍ତ ବ୍ୟକ୍ତିଙ୍କ ନାଁରେ ମାମଲା ରୁଜୁ ଗରି ଗିରଫ କରିଥିଲା। କିନ୍ତୁ ପୁଲିସ ପୋଷାକରେ ଏପରି ଅମାନବୀୟ ବ୍ୟବହାର ପ୍ରଦର୍ଶନ କରିବା ନିଶ୍ଚିତ ରୂପେ ନିନ୍ଦନୀୟ।